ଆମେରିକା ଇତିହାସରେ ପ୍ରଥମ; ପଦଚ୍ୟୁତ ହେଲେ ପ୍ରତିନିଧି ସଭାର ବାଚସ୍ପତି କେଭିନ୍‌ ମ୍ୟାକ୍‌କାର୍ଥି…

3e

ୱାସିଂଟନ୍‌: ‘ଡେମୋକ୍ରାଟ୍‌’ମାନଙ୍କ ସହଯୋଗ ପାଇ ସ୍ବଳ୍ପସଂଖ୍ୟକ ରକ୍ଷଣଶୀଳ ଦକ୍ଷିଣପନ୍ଥୀ ‘ରିପବ୍ଲିକାନ୍‌’ ସାଂସଦ ଐତିହାସିକ ବିଦ୍ରୋହ କରି ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ସଭାର ବାଚସ୍ପତି କେଭିନ୍‌ ମ୍ୟାକ୍‌କାର୍ଥିଙ୍କ ବିପକ୍ଷରେ ଭୋଟ୍‌ ଦେଇ ମଙ୍ଗଳବାର ଦିନ ତାଙ୍କୁ ବହିଷ୍କାର କରିଛନ୍ତି।

ଗୃହର ୨୩୪ ବର୍ଷ ଇତିହାସରେ ମ୍ୟାକ୍‌କାର୍ଥି ହେଉଛନ୍ତି ପ୍ରଥମ ବହିଷ୍କୃତ ବାଚସ୍ପତି। ଏହି ଭୋଟ୍‌ ପାଇଁ ଗୃହ ପ୍ରାୟ ସମାନ ଭାବରେ ୨ ଭାଗରେ ବିଭକ୍ତ ହୋଇଯାଇଥିଲା। ମାତ୍ର ସ୍ବଳ୍ପସଂଖ୍ୟକ ରକ୍ଷଣଶୀଳ (୮ଜଣ) ‘ରିପବ୍ଲିକାନ୍‌’ମାନେ ତାଙ୍କୁ ବାଚସ୍ପତି ପଦରୁ ବିତାଡ଼ିତ କରିବାରେ ସମର୍ଥ ହୋଇଛନ୍ତି। ତାଙ୍କର ନେତୃତ୍ବ ଉପରେ ବିତର୍କ ଶେଷ ହେବା ପରେ  ସମସ୍ତ ‘ଡେମୋକ୍ରାଟ୍‌’ ସାଂସଦ ଓ ୮ଜଣ ବିଦ୍ରୋହୀ ‘ରିପବ୍ଲିକାନ୍‌’ ସାଂସଦ ତାଙ୍କ ବିପକ୍ଷରେ ଭୋଟ୍ ଦେଇଥିଲେ।

ବିଦ୍ରୋହୀ ରକ୍ଷଣଶୀଳ ‘ରିପବ୍ଲିକାନ୍‌’ମାନଙ୍କର ନେତୃତ୍ବ ନେଇଥିଲେ ସାଂସଦ ମ୍ୟାଟ୍‌ ଗେଟ୍‌ଜ୍‌। ସେମାନେ ମ୍ୟାକ୍‌କାର୍ଥିକଙ୍କ ନେତୃତ୍ବରେ ହତାଶ ହୋଇଯାଇଥିଲେ ବୋଲି କହିଛନ୍ତି। ସମ୍ପ୍ରତି ପାଟ୍ରିକ୍‌ ମ୍ୟାକ୍‌ହେନେରି ଗୃହର କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି। କିଏ ସ୍ଥାୟୀ ବାଚସ୍ପତି ହେବେ ତାହା ପରେ ଗୃହ ସ୍ଥିର କରିବ। ଚେମ୍ବର୍‌ ଛାଡ଼ିବା ବେଳେ ୫୮ ବର୍ଷିୟ ମ୍ୟାକ୍‌କାର୍ଥି କୌଣସି ବିବୃତି ଦେଇ ନ ଥିଲେ। କିନ୍ତୁ, ପରେ ସେ କହିଥିଲେ ଯେ, ଆଉ ବାଚସ୍ପତି ହେବା ପାଇଁ ତାଙ୍କର ଯୋଜନା ନାହିଁ। କିନ୍ତୁ, ସ‌େ କଂଗ୍ରେସର ସାଂସଦ ରହିବେ ବୋଲି ସୁନିଶ୍ଚିତ କରିଛନ୍ତି।

ad-week
Leave A Reply

Your email address will not be published.