୩ ବୈଜ୍ଞାନିକ ପାଇବେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର…

add-all

dfd

ଷ୍ଟକହୋମ୍ : ୨୦୨୩ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ରୟାଲ୍ ସୁଇଡିସ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ମୋଙ୍ଗି ଜି. ବାଭେଣ୍ଡି, ଲୁଇସ୍ ଇ. ବ୍ରୁସ୍ ଏବଂ ଆଲେକ୍ସି ଆଇ. ଆକିମୋଭଙ୍କୁ ୨୦୨୩ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। କ୍ୱାଣ୍ଟମ ଡଟ୍ ଆବିଷ୍କାର ଏବଂ ସଂଶ୍ଳେଷଣ ପାଇଁ ଏହି ଗବେଷକମାନଙ୍କୁ ଏହି ପୁରସ୍କାର ପ୍ରଦାନ ପାଇଁ ଚୟନ କରାଯାଇଛି ।

ମୋଙ୍ଗି ଜଣେ ଟ୍ୟୁନିସିଆ ବଂଶୋଦ୍ଭବ ଫରାସୀ ବୈଜ୍ଞାନିକ ହୋଇଥିବାବେଳେ ବ୍ରୁସ ଆମେରିକାର କଲମ୍ବିଆ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର । ଅନ୍ୟପକ୍ଷରେ ଏକିମୋଭ ଜଣେ ରୁଷୀୟ ବୈଜ୍ଞାନିକ ।

ଚଳିତ ବର୍ଷ ଏପର୍ଯ୍ୟନ୍ତ ତିନୋଟି ବର୍ଗରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ସୋମବାର ଚିକିତ୍ସାବିଜ୍ଞାନ ବା ମେଡିସିନ୍ କ୍ଷେତ୍ରରେ କ୍ୟାଟଲିନ୍ କାରିକୋ ଏବଂ ଡ୍ରୁ ୱିସ୍ମ୍ୟାନଙ୍କୁ ନୋବେଲ ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଥିଲା । ଗତକାଲି ଅର୍ଥାତ୍ ମଙ୍ଗଳବାର (ଅକ୍ଟୋବର ୩) ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଥିଲା। ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ପିଏରେ ଅଗଷ୍ଟିନୀ ଫେରେନ୍ସ କ୍ରାଉସ୍ ଏବଂ ଆନ୍ ଲ’ହୁଲିୟରଙ୍କୁ ଘୋଷଣା କରାଯାଇଛି ଏବଂ ଆଜି ରସାୟନ ବିଜ୍ଞାନ କ୍ଷେତ୍ରରେ ପୁରସ୍କାର ଘୋଷଣା କରାଯାଇଛି।

ad-week
Leave A Reply

Your email address will not be published.