ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀ ମୃତ; ସ୍ତ୍ରୀ ଗୁରୁତର…

add-all

dead

କଟକ : ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କୁଳିଆ ବଜାରରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ହରେକୃଷ୍ଣ ପୃଷ୍ଟି। ଆହତ ମହିଳା ଅନ୍ନପୂର୍ଣ୍ଣା ପୃଷ୍ଟିଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

କୁଳିଆ ବଜାର ଉପରେ ହରେକୃଷ୍ଣଙ୍କର ଦୋକନ ରହିଛି। ଗତକାଲି ରାତିରେ ଦମ୍ପତି ଦୋକାନ ବନ୍ଦ କରି ଭିତରେ ଶୋଇଥିଲେ। ଆଜି ସକାଳେ ଦୋକାନ ଖୋଲିବା ବିଳମ୍ବ ହେବାରୁ ହରେକୃଷ୍ଣ ପୁଅ ଆସି କବାଟ ବାଡେଇଥିଲେ। ହେଲେ ହରେକୃଷ୍ଣ କବାଟ ଖୋଲି ନଥିଲେ। ପରେ କବାଟ ତାଡ଼ି ଦେଖିଲା ବେଳକୁ ହରେକୃଷ୍ଣଙ୍କର ମୃତଦେହ ପଡ଼ିଥିବା ବେଳେ ଅନ୍ନପୂର୍ଣ୍ଣା ଗୁରୁତର ଅବସ୍ଥାରେ ପଡ଼ିଥିଲେ। ପରିବାର ଲୋକେ ଅନ୍ନପୂର୍ଣ୍ଣାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଅନ୍ନପୂର୍ଣ୍ଣାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଦମ୍ପତିଙ୍କୁ କିଏ ଆକ୍ରମଣ କଲା,ଏହା ପଛରେ କ’ଣ କାରଣ ରହିଛି ତାହା ଜଣାପଡ଼ିନାହିଁ। ପୂର୍ବ ଶତ୍ରୁତା ଥିଲା ନା ଅନ୍ୟ କିଛି କାରଣ ରହିଛି ତାହା ଚଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.