ଏସଟିଏଫ୍ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ…

ot

ଭୁବନେଶ୍ବର: ଓଟିପି ସେୟାରିଂ ମାମଲାରେ ଏସଟିଏଫ୍ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ। ଏଥିରେ ଦେଶଦ୍ରୋହ, ମନି ଟ୍ରାଞ୍ଜାକ୍ସନ ଓ ସନ୍ଦିଗ୍ଧ ମହିଳାଙ୍କ ସମ୍ପର୍କରେ ସୁରାକ ମିଳିଛି। ରିମାଣ୍ଡ ବେଳେ ତଦନ୍ତକାରୀ ସଂସ୍ଥା ଆଗରେ ଅଭିଯୁକ୍ତ ସତ ଓଗାଳିଛି। ସେ କହିଛି ଯେ ଗୁପ୍ତ ସୂଚନା ଦେବାକୁ  ପାକିସ୍ଥାନ ଏଜେଣ୍ଟଙ୍କ ଠାରୁ ତାକୁ ୮୫ ଲକ୍ଷ ଟଙ୍କା ମିଳିଥିଲା। ଅଭିଯୁକ୍ତ ଇକବାଲ ହୁସେନ ଆକାଉଣ୍ଟକୁ ପାକିସ୍ଥାନରୁ ଆସିଥିଲା ଏହି ଟଙ୍କା। ଭାରତରୁ ଗୁପ୍ତ ତଥ୍ୟ ପାଇବା ପାଇଁ କୋଟି କୋଟି ଖର୍ଚ୍ଚ କରିଥିଲା ପାକିସ୍ତାନ।

ଏଣେ ଏସଟିଏଫ୍ ହାତରେ ଲାଗିଛି ଅଭିଯୁକ୍ତର ସିଡ଼ିଆର ରିପୋର୍ଟ। ଦିନକୁ ୧୦ରୁ ଅଧିକ ଥର ପାକିସ୍ଥାନକୁ କଲ କରୁଥିଲା ଅଭିଯୁକ୍ତ। ଏହି କଲ ପାଇଁ  ସେ ଗିରଫ ଭୟରେ ପ୍ରତିଦିନ ଫୋନ ଓ ସିମ ବଦଳାଉଥିଲା। ଇକବାଲ ହୁସେନର ଘର ଆସାମରେ ହୋଇଥିବା ବେଳେ ସେ ବେଙ୍ଗାଲୁରୁରେ ରହୁଥିଲା। ପାକିସ୍ତାନ ଇଣ୍ଟେଲିଜେନ୍ସ ଆର୍ମି ଅଫିସର ଅବଦୁଲ ହମିଦ ଖୁରମ ସହ ତାର ଲିଙ୍କ ନେଇ ସନ୍ଦେହ ହୋଇଥିଲା। ପଠାଣି ଓ ଅଭିଜିତ ସଂଜୟକୁ ଗିରଫ ପରେ ଇକବାଲ ଅନ୍ୟତ୍ର ଫେରାର ହୋଇଯାଇଥିଲା।

ad-week
Leave A Reply

Your email address will not be published.