ବିଶ୍ୱ ପ୍ରାଣୀ ଦିବସ ଅବସରରେ ରାହୁଲ ଗାନ୍ଧି ମା’ ସୋନିଆଙ୍କୁ ଦେଲେ ଏକ କୁକୁର ଛୁଆ ଉପହାର…

add-all

so

ବିଶ୍ୱ ପ୍ରାଣୀ ଦିବସ ଅବସରରେ ଗାନ୍ଧି ପରିବାରକୁ ଆସିଛି ଏକ ନୂଆ କୁନି ଅତିଥି। କଂଗ୍ରେସ ନେତା ରାହୁଲ ଗାନ୍ଧି ମା’ ସୋନିଆ ଗାନ୍ଧିଙ୍କୁ ଜ୍ୟାକ୍‌ ରସେଲ୍‌ ଟେରିୟର୍‌ ବ୍ରିଡ୍‌ର ଏକ କୁକୁର ଛୁଆ ଉପହାର ଦେଇଛନ୍ତି। ଏହି ଉପହାର ପାଇ ସୋନିଆ ଗାନ୍ଧି ବହୁତ ଖୁସି ହୋଇଛନ୍ତି।

କୁକୁର ଛୁଆର ନାମ ‘ନୁରି’। ରାହୁଲ ଗାନ୍ଧି କ୍ୟୁଟ୍‌ ପପି ନୁରି ସହିତ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥିରେ ରାହୁଲ ମା’ ସୋନିଆଙ୍କୁ କୁକୁର ଛୁଆ ଉପହାର ଦେଉଥିବାର ନଜର ଆସୁଛନ୍ତି।

ଅଗଷ୍ଟ ମାସରେ ରାହୁଲ ଗାନ୍ଧି ଗୋଆ ଟ୍ରିପ୍‌ରେ ଯାଇଥିଲେ। ସେତେବେଳେ ରାହୁଲ ଏହାକୁ ପୋଷ୍ୟ ରୂପେ ଗ୍ରହଣ କରିଥିଲେ। ଏବେ ୩ ମାସ ପରେ ନୁରିକୁ ଘରକୁ ନେଇ ଆସିଛନ୍ତି ରାହୁଲ। ରାହୁଲ ଗାନ୍ଧି ଯେତେବେଳେ ନିଜ ଘରେ ପହଞ୍ଚିଥିଲେ, ସଙ୍ଗେ ସଙ୍ଗେ ନୁରିକୁ ବାହାର କରି ମା’ଙ୍କୁ ଉପହାର ପ୍ରଦାନ କରିଥିଲେ।

ସୋନିଆ ଗାନ୍ଧି ମଧ୍ୟ ରାହୁଲ ଗାନ୍ଧିଙ୍କ ସରପ୍ରାଇଜ୍‌ ଗିଫ୍ଟ ଦେଖି ବହୁତ ଖୁସି ହୋଇଯାଇଥିଲେ। ନୁରିକୁ ଧରି ସେ ରାହୁଲ ଗାନ୍ଧିଙ୍କୁ ଆଲିଙ୍ଗନ କରିଥିଲେ ଏବଂ କହିଥିଲେ କି, ଏହା ବହୁତ ସୁନ୍ଦର। ରାହୁଲ ଗାନ୍ଧିଙ୍କୁ ଏହି ଉପହାର ପାଇଁ ଧନ୍ୟବାଦ ଦେଇଥିଲେ ସୋନିଆ। ସେପଟେ ନୁରି ମଧ୍ୟ ଯେତେବେଳେ ଘରେ ପ୍ରବେଶ କରିଥିଲା, ନୂଆ ପରିବେଶରେ ଏକଦମ୍‌ ଖୁସିରେ ଖେଳିବାକୁ ଲାଗିଥିଲା।

ad-week
Leave A Reply

Your email address will not be published.