ଶିକ୍ଷୟିତ୍ରୀଙ୍କୁ ଡାକି ବଳାତ୍କାର କଲେ ଘରୋଇ ସ୍କୁଲ ମାଲିକ, ବାନ୍ଧିଲା ପୁଲିସ୍…

add-all

arr

କାମ ବାହାନାରେ ଶିକ୍ଷକଙ୍କୁ ନିଜ ଚାମ୍ବରକୁ ଡାକିଲେ ଘରୋଇ ସ୍କୁଲ ମାଲିକ । ଆଉ ଏକୁଟିଆ ପାଇ ବଳାତ୍କାର କଲେ। ଏହାର ଭିଡିଓ କରି ଭାଇରାଲ କରିବାର ଧମକ ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲେ। ଏପରି ଏକ ସାଂଘାତିକ ଘଟଣା ରାଜଧାନୀ ଦିଲ୍ଲୀର ଏକ ଘରୋଇ ସ୍କୁଲରେ ଘଟିଛି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ପୁଲିସ୍‌ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ପୁଲିସ୍‌ ସୂଚନା ଅନୁଯାୟୀ, ଗତ ଫେବୃୟାରୀରେ ସ୍କୁଲ ମାଲିକ ଏକ ଜରୁରୀ କାମରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ନିଜ ଚାମ୍ବରକୁ ଡାକିଥିଲେ। ଶିକ୍ଷୟିତ୍ରୀଜଣକ ସ୍କୁଲ ଅଧ୍ୟକ୍ଷଙ୍କ ଚାମ୍ବରକୁ ଯିବାରୁ ସେଠାରେ ସେ ତାଙ୍କର ବଳାତ୍କାର କରିଥିଲେ। ଏଥିସହ ସେ ଏହାର ଭିଡିଓ ରେକର୍ଡିଂ କରିଥିଲେ। ଏହାପରେ ଉକ୍ତ ଭିଡିଓକୁ ଭାଇରାଲ କରିଦେବାର ଧମକ ଦେଇ ସେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ସହ ବାରମ୍ବାର ବଳାତ୍କାର କରି ଚାଲିଲେ।

ଏହା ଅସହ୍ୟ ହେବାରୁ ଶିକ୍ଷୟିତ୍ରୀଜଣକ ନିଜ ସ୍ୱାମୀଙ୍କୁ ସବୁ କଥା କହିଲେ। ଏହାପରେ ଦମ୍ପତି ଏ ନେଇ ସ୍ଥାନୀୟ ଥାନାରେ ଗତ ୨୯ ତାରିଖରେ ଅଭିଯୋଗ କଲେ। ଏହାପରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲା । ଏହାପରେ ଚୁହଡପୁର ଅଣ୍ଡରପାସ୍‌ ନିକଟରେ ଅଭିଯୁକ୍ତ ଯାଉଥିବା ବେଳେ ପୁଲିସ୍ ତାଙ୍କୁ ମାଡ଼ି ବସି ଗିରଫ କରିଥିଲ।

ad-week
Leave A Reply

Your email address will not be published.