ମଦ ନୀତି ମାମଲାରେ ‘ଆପ୍‌’କୁ ଅଭିଯୁକ୍ତ କରାଯିବା କଥା ସୁପ୍ରିମ୍‌ କୋର୍ଟଙ୍କୁ କହିବ ‘ଇଡି’

add-all

aap

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ‘ଆମ୍‌ ଆଦ୍‌ମି ପାର୍ଟି’କୁ ଅଭିଯୁକ୍ତ କରିବ ବୋଲି ଆଜି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ସୁପ୍ରିମ୍‌ କୋର୍ଟଙ୍କୁ ସୂଚନା ଦେବାକୁ ଯାଉଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ଏହି ମାମଲାରେ ହିତାଧିକାରୀ ବୋଲି କୁହାଯାଉଥିବା ରାଜନୈତିକ ଦଳ ‘ଆପ୍‌’କୁ କାହିଁକି ‘ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ୍‌’ (ପିଏମ୍‌ଏଲ୍‌ଏ) ଅନୁଯାୟୀ ଅଭିଯୁକ୍ତ କରାଯାଇ ନାହିଁ ବୋଲି ସ୍ପଷ୍ଟୀକରଣ ଦେବାକୁ ସୁପ୍ରିମ୍‌ କୋର୍ଟ ‘ପ୍ରବର୍ତ୍ତନ ନିର୍ଦେଶାଳୟ’କୁ କହିବାର ଦିନକ ପରେ ଉପ‌ରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଛି।

ଉଭୟ ‘ସିବିଆଇ’ ଓ ‘ଇଡି’ ତରଫରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ ଏସ୍‌. ଭି. ରାଜୁଙ୍କୁ ବିଚାରପତି ସଞ୍ଜୀବ ଖାନ୍ନା ଓ ଏସ୍‌. ଭି. ଉଟ୍ଟିଙ୍କ ଖଣ୍ଡପୀଠ ପଚାରିଥିଲେ, ‘ପିଏମ୍‌ଏଲ୍‌ଏ’ ଅନୁଯାୟୀ ବିଚାର କଲେ ଦେଖାଉଛି ଯେ, ଆପଣଙ୍କର ମାମଲା ଏକ ରାଜନୈତିକ ଦଳ ସହିତ ସମ୍ପୃକ୍ତ ଅଛି। କିନ୍ତୁ, ଏପର୍ଯ୍ୟନ୍ତ ସେ ରାଜନୈତିକ ଦଳକୁ ଅଭିଯୁକ୍ତ କରାଯାଇ ନାହିଁ। ଆପଣ ଏ କଥାର କି ଉତ୍ତର ଦେବେ?

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ୍‌ କରି ‘ଆପ୍‌’ ନେତା ମନୀଷ ସିସୋଦିଆ ଫାଇଲ୍‌ କରିଥିବା ୨ଟି ପିଟିସନ୍‌ର ଶୁଣାଣି ବେଳେ ଖଣ୍ଡପୀଠ ଉପରୋକ୍ତ କଥା କହିଛନ୍ତି। ‘ସିବିଆଇ’ ଓ ‘ଇଡି’ ତଦନ୍ତ ଚଳାଇଥିବା ୨ଟି ମାମଲାରେ ଦିଲ୍ଲୀ ହାଇକୋର୍ଟ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରିଥିଲେ।

ad-week
Leave A Reply

Your email address will not be published.