ଖଡ଼ଗେ-ରାହୁଲଙ୍କୁ ଭେଟିଲେ ଏନସିପି ସୁପ୍ରିମୋ ଶରଦ ପାୱାର…

youtube

conr

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟର ତିନି ପ୍ରମୁଖ ନେତା ଆଜି ପୁଣି ଥରେ ଏକାଠି ନଜର ଆସିଛନ୍ତି। ଏନସିପି ମୁଖ୍ୟ ଶରଦ ପାୱାର ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ସୂତ୍ରରୁ ପ୍ରକାଶ ଯେ ବିରୋଧୀ ଦଳର ମିଳିତ ମଞ୍ଚ ‘ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଇନ୍ସ’ ବା ଇଣ୍ଡିଆ ବାବଦରେ ବିସ୍ତୃତ ଆଲୋଚନା ପାଇଁ ଏନସିପି ମୁଖ୍ୟ ମଲ୍ଲିକାଜୁନ୍ ଖଡ଼ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ଏହି ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ ଆମେ ପ୍ରତ୍ୟେକ ଆହ୍ୱାନ ପାଇଁ ପ୍ରସ୍ତୁତ | ଇଣ୍ଡିଆ ଜିତିବ।

ସୂଚନାନୁସାରେ ଖୁବ ଶୀଘ୍ର ଇଣ୍ଡିଆର ବୈଠକ ହେବାର ସମ୍ଭାବନା ରହିଛି। ଏହି ତିନି ନେତା ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଏବଂ ଆଗାମୀ ବିଧାନସଭା ତଥା ଲୋକସଭା ନିର୍ବାଚନରେ ​​ବିଜେପିକୁ ଟକ୍କର ଦେବାକୁ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ତେବେ ଆଜି ତିନି ନେତାଙ୍କ ମଧ୍ୟରେ ଆଲୋଚନା ଏମିତି ଏକ ସମୟରେ ହୋଇଛି ଯେତେବେଳେ ଅକ୍ଟୋବରରେ ଭୋପାଳରେ ଇଣ୍ଡିଆ ଆଲାଇନ୍ସର ମିଳିତ ବୈଠକ ବାତିଲ ହୋଇଯାଇଛି | ଶେଷ ଥର ପାଇଁ ଶରଦ ପାୱାର, ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଅଗଷ୍ଟ ୩୧ ଏବଂ ୧ ସେପ୍ଟେମ୍ବରରେ ଭେଟିଥିଲେ |

Leave A Reply

Your email address will not be published.