ସଞ୍ଜୟ ସିଂହଙ୍କ ଆଗରେ ଜେରା ପାଇଁ ତାଙ୍କର ୩ ସହଯୋଗୀଙ୍କୁ ସମନ୍‌ ଜାରି କଲା ‘ଇଡି’

add-all

rrr

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ଗିରଫ ହୋଇଥିବା ‘ଆପ୍‌’ ନେତା ସଞ୍ଜୟ ସିଂହଙ୍କ ସମ୍ମୁଖରେ ଜେରା କରିବା ଲାଗି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ବିବେକ ତ୍ୟାଗୀ, ସର୍ବେଶ ମିଶ୍ରା ଓ କନ୍‌ୱାର୍‌ବୀର ସିଂହ ନାମରେ ତାଙ୍କର ୩ଜଣ ସହଯୋଗୀଙ୍କୁ ‘ସମନ୍‌’ ଜାରି କରିଛି।

ସେମାନେ ଆଜି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କାର୍ଯ୍ୟାଳୟରେ ହାଜର ହୋଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି।

ବୁଧବାର ଦିନ ଦିଲ୍ଲୀ ବାସଭବନରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ର ଅଧିକାରୀମାନେ ପ୍ରାୟ ଦିନଟିଏ  ଜେରା କରି ଗିରଫ କରିଥିବା ସଞ୍ଜୟ ସିଂହଙ୍କ ସମ୍ମୁଖରେ ତାଙ୍କର ୩ ସହଯୋଗୀଙ୍କୁ ଜେରା କରାଯାଇ ପାରେ। ସଞ୍ଜୟ ସିଂହଙ୍କୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ହାଜତରେ ରଖାଯିବ।

‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଅଭିଯୋଗ କରିଛି ଯେ, ସଞ୍ଜୟ ସିଂହଙ୍କ ତରଫରୁ ତାଙ୍କ ବାସଭବନରେ ମିଶ୍ରା ଦୁଇ ଥର ୨ କୋଟି ଟଙ୍କା ଗ୍ରହଣ କରିଛନ୍ତି। ସେହିପରି, ସଞ୍ଜୟ ସିଂହଙ୍କ ବ୍ୟକ୍ତିଗତ ସହକାରୀଙ୍କୁ ଅଭିଯୁକ୍ତ ଅମିତ ଅରୋରାଙ୍କ ସଂସ୍ଥା ‘ଆରାଲିଆସ୍‌ ହସ୍ପିଟାଲିଟି’ରୁ ବ୍ୟାବସାୟିକ ଲାଭର ଭାଗିଦାରୀ ପାଇଁ ‘ଅଫର୍‌’ ଦିଆଯାଇଥିଲା।

ସଞ୍ଜୟ ସିଂହ ଦିଲ୍ଲୀ ମଦ ନୀତି ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ। ସେ ଜାଣିଥିବା କେତେକ ସୂଚନା ବିଷୟରେ କହୁନାହାନ୍ତି। ତେଣୁ, ତଦନ୍ତ ଲାଗି ତାଙ୍କୁ ହଜାତରେ ଜେରା କରାଯିବା ଆବଶ୍ୟକ ବୋଲି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଅଦାଲତଙ୍କୁ କହିଥି‌ଲା।

ad-week
Leave A Reply

Your email address will not be published.