ଆଉ ୨୦/୨୫ ବର୍ଷ ମଧ୍ୟରେ ଭାରତ ନିଜର ‘ସ୍ପେସ୍‌ ଷ୍ଟେସନ୍‌’ ନିର୍ମାଣ କରି‌ବ: ‘ଇସ୍ରୋ’ ମୁଖ୍ୟ ଏସ୍‌. ସୋମନାଥ…

add-all

ic-750x430

ନୂଆଦିଲ୍ଲୀ: ଆଉ ୨୦/୨୫ ବର୍ଷ ଭିତରେ ଭାରତ ନିଜର ‘ମହାକାଶ କେନ୍ଦ୍ର’ ବା ‘ସ୍ପେସ୍‌ ଷ୍ଟେସନ୍‌’ ନିର୍ମାଣ ପାଇଁ ଯୋଜନା କରୁଛି ବୋଲି ଶୁକ୍ରବାର ଦିନ ‘ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ’ର (ଇସ୍ରୋ) ମୁଖ୍ୟ ଏସ୍‌. ସୋମନାଥ କହିଛନ୍ତି।
‘ଚାଇନା ଗ୍ଲୋବାଲ୍‌ ଟେଲିଭିଜନ୍‌ ନେଟ୍‌ୱାର୍କ’ (ସିଜିଟିଏନ୍‌) ସହିତ ସାକ୍ଷାତ୍‌କାର ବେଳେ ‘ଇସ୍ରୋ’ ମୁଖ୍ୟ କହିଛନ୍ତି, ଆମ ‘ଗଗନଯାନ’ କାର୍ଯ୍ୟକ୍ରମ ହେଉଛି ମହାକାଶକୁ ମାନବବାହୀ ମହାକାଶଯାନ ପ୍ରେରଣ ଲାଗି ସାମର୍ଥ୍ୟ ହାସଲ କରିବା। ତାହା ସମ୍ପନ୍ନ ହେଲେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଆମେ ‘ମହାକାଶ କେନ୍ଦ୍ର’ ନିର୍ମାଣ ପାଇଁ ଯୋଜନା କରିବୁ।
ଏହି ‘ମହାକାଶ କେନ୍ଦ୍ର ପ୍ରକଳ୍ପ’ ପାଇଁ ସମୟସୀମା ହେଉଛି ଆଗାମୀ ୨୦ରୁ ୨୫ ବର୍ଷ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଆମେ ନିଶ୍ଚୟ ମହାକାଶ ଅନ୍ବେଷଣରେ ମାନବବାହୀ ଯାନ ପଠାଇବୁ। ଏହି ମାନବବାହୀ ମହାକାଶଯାନ ଯେମିତି ଅଧିକ ସମୟ ମହାକାଶରେ ବିଚରଣ କରିବ. ତାହା ହିଁ ଆମର ମୁଖ୍ୟ ‘ଆଜେଣ୍ଡା’।
ସୂଚନାଯୋଗ୍ୟ, ‘ମହାକାଶ କେନ୍ଦ୍ର’ ସ୍ଥାପନ ପ୍ରକଳ୍ପ ପ୍ରଥମ କରି ୨୦୧୯ରେ ଯୋଜନା କରାଯାଇଥିଲା। ‘ଇସ୍ରୋ’ ଘୋଷଣା କରିଥିଲା ଯେ, ଆଗାମୀ ୧୦ ବର୍ଷ ଭିତରେ ଭାରତ ନିଜର ମହାକାଶ କେନ୍ଦ୍ର ସ୍ଥାପନ କରିବ। କିନ୍ତୁ, କୋଭିଡ୍‌-୧୯ ମହାମାରୀ ଯୋଗୁଁ ଏଥିରେ ବିଳମ୍ବ ଘଟିଲା।
ତତ୍‌କାଳୀନ ‘ଇସ୍ରୋ’ ମୁଖ୍ୟ କେ. ସବିନ୍‌ କହିଥିଲେ, ‘ଗଗନଯାନ’ ପରେ ଯୁକ୍ତିସଙ୍ଗତ ପଦକ୍ଷେପ ହେଉଛି ‘ମହାକାଶ କେନ୍ଦ୍ର’ ସ୍ଥାପନା ଓ ତା’ପରେ ଚନ୍ଦ୍ରକୁ ମାନବ ପ୍ରେରଣ। ଏଥିପାଇଁ ଆମେ ସୁସ୍ପଷ୍ଟ ଯୋଜନା କରିଛୁ।
ସେ ଆହୁରି ମଧ୍ୟ କହିଥିଲେ ଯେ, ଭାରତର ‘ମହାକାଶ କେନ୍ଦ୍ର’ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ ଅପେକ୍ଷା ଛୋଟ ହେବ ଓ ସ୍ବାଧୀନ ଭାବେ କାର୍ଯ୍ୟ କରିବ।

ad-week
Leave A Reply

Your email address will not be published.