ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଶହୀଦ ସରୋଜଙ୍କ ପାର୍ଥିବ ଶରୀର…

add-all

SATA-2-copy-copy-18

ଭୁବନେଶ୍ୱର,୭।୧୦: ସିକିିମ ବନ୍ୟାରେ ଶହୀଦ ହୋଇଥିବା ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର ଶନିବାର ଭୁବନେଶ୍ୱରରେ ପହଞ୍ଚିଛି। ଭୁବନେଶ୍ୱର ବିମାନ ବନ୍ଦରରେ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରେ ବହୁ ବ୍ୟକ୍ତି ବିଶେଷ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାପରେ ମରଶରୀର ସରୋଜ କୁମାର ଦାସଙ୍କ ଜନ୍ମମାଟିକୁ ଯିବା ପରେ ସେଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଶେଷକୃତ୍ୟ ସମ୍ପନ୍ନ କରାଯିବ ।
ଭୁବନେଶ୍ୱର ବିମାନ ବନ୍ଦରରେ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଢେଙ୍କାନାଳ ଏମ୍ପପି ମହେଶ ସାହୁ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପୋଲିସ ଆଇଜି, ବିଏସଫ ଆଇଜି ପ୍ରମୁଖ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ସମ୍ମାନ ଜଣାଇଛନ୍ତି ।

ad-week
Leave A Reply

Your email address will not be published.