ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର, CHSE ପ୍ରକାଶ କଲା କୋଶ୍ଚିନ ବ୍ୟାଙ୍କ…

add-all

ଭୁବନେଶ୍ବର : ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର। ପ୍ରଥମ ଥର ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପ୍ରକାଶ କରିଛି କୋଶ୍ଚିନ ବ୍ୟାଙ୍କ।
ଛାତ୍ରଛାତ୍ରୀମାନେ କୋଶ୍ଚିନ ବ୍ୟାଙ୍କରୁ ପ୍ରଶ୍ନ ନେଇ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ। CBSE ଓ ICSE ବୋର୍ଡ ପକ୍ଷରୁ ପ୍ରତି ବର୍ଷ କୋଶ୍ଚିନ ବ୍ୟାଙ୍କ୍ ଜାରି କରାଯାଇଥାଏ। ଏହା ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତିରେ ସହାୟକ ହୁଏ। ତେଣୁ ସିଏଚ୍‌ଏସ୍‌ଇ ପକ୍ଷରୁ କୋଶ୍ଚିନ ବ୍ୟାଙ୍କ ପ୍ରସ୍ତୁତ କରାଯାଇଛି।
chseodisha.nic.in ୱେବସାଇଟରେ କୋଶ୍ଚିନ ବ୍ୟାଙ୍କ୍ ଉପଲବ୍ଧ ଅଛି। ପ୍ରଥମ ପର୍ଯ୍ୟାୟରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ବାୟୋଲୋଜିରେ କୋଶ୍ଚିନ ବ୍ୟାଙ୍କ ଉପଲବ୍ଧ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ସମସ୍ତ ବିଷୟର ପ୍ରଶ୍ନ ଅପ୍ ଲୋଡ୍ କରାଯିବ। କୋଶ୍ଚିନ ବ୍ୟାଙ୍କ୍ ନେଇ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବାକୁ ସବୁ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷଙ୍କୁ ସିଏଚ୍‌ଏସ୍‌ଇ ପକ୍ଷରୁ ଚିଠି କରାଯାଇଛି।

ad-week
Leave A Reply

Your email address will not be published.