ଟ୍ୟୁସନ୍ ଯାଉଥିବା ବେଳେ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍…

add-all

Strike_1696941141

ଢେଙ୍କାନାଳ : ଜଣେ ଛାତ୍ରୀ ଟ୍ୟୁସନ୍ ଯାଉଥିବା ବେଳେ ଟ୍ରକ୍ ମାଡ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଡେରାସିଙ୍ଗ ନିକଟରେ।
ମୃତ ଛାତ୍ରୀଙ୍କ ନାଁ ପଦ୍ମିନୀ ସାହୁ। ସେ ନବମ ଶ୍ରେଣୀରେ ପଢୁଥିଲେ। ତାଙ୍କ ଘର ଡେରାସିଙ୍ଗାରେ। ଆଜି ସେ ରଞ୍ଜା ଛକ ନିକଟକୁ ଟ୍ୟୁସନ ଯାଉଥିବା ବେଳେ ଏକ ଟ୍ରକ୍ ତାଙ୍କୁ ପଛପଟୁ ପିଟି ଦେଇଥିଲା।
ପଦ୍ମିନୀଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ପରେ ରଞ୍ଜା ଛକ ନିକଟରେ ଶତାଧିକ ଗ୍ରାମବାସୀ ରାସ୍ତାରୋକ କରିଥିଲେ। ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଥିଲେ।

ad-week
Leave A Reply

Your email address will not be published.