ପୂର୍ବତନ ପୋଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ…

add-all

SATA-2-copy-copy-23

ଭୁବନେଶ୍ୱର,୧୦।୧୦: ପୂର୍ବତନ ପୋଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ ଘଟିଛି। ମତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ସେ ଡେଙ୍ଗୁରେ ଆକ୍ରାନ୍ତ ଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ଭାଇ ବିପିନ ବିହାରି ମିଶ୍ର ସୂଚନା ଦେଇଛନ୍ତି।

ନିଜର ସାହିତ୍ୟକୃତି ପାଇଁ ଶ୍ରୀ ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ମଧ୍ୟ ଲାଭ କରିଥିଲେ। ଖାଲି ସେତିକି ନୁହେଁ, ଶରତ ଚନ୍ଦ୍ର ମିଶ୍ର  ଜଣେ ସ୍ତମ୍ଭକାର ଥିଲେ। ସେ ଜଣେ ମେଳାପି ଏବଂ ଅମାୟିକ ବ୍ୟକ୍ତି ଥିଲେ। ସେ ଦୀର୍ଘ ଦିନ ଧରି ‘ର’ ପାଇଁ କାମ କରିଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଶରତ ଚନ୍ଦ୍ର ମିଶ୍ରଙ୍କର ମରଶରୀରକୁ ପ୍ରଥମେ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲକୁ ନିଆଯିବ। ତାପରେ ତାଙ୍କର ବିଜେବି ନଗରସ୍ଥିତ ବାସଭବନକୁ ଅଣାଯିବ। ସେଠାରେ ମଧ୍ୟାହ୍ନ ୧୨ଟା ଯାଏ ଅନ୍ତିମ ଦର୍ଶନ ଲାଗି ରଖାଯିବ। ଅପରାହ୍ଣରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାଯାଇଛି।

ad-week
Leave A Reply

Your email address will not be published.