ପୁଣି ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ…

add-all

afth

ପୁଣି ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ। ଏହାର ପଶ୍ଚିମ ପ୍ରାନ୍ତରେ ପୁଣି ଥରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏନେଇ ‘ଜର୍ମାନ୍‌ ରିସର୍ଚ ସେଣ୍ଟର୍‌ ଫର୍‌ ଜିଓସାଇନ୍‌ସେସ୍‌’ (ଜିଏଫ୍‌ଜେଡ୍‌) ସୂଚନା ଦେଇଛି। ଜିଏଫ୍‌ଜେଡ୍‌ର ରିପ‌ୋର୍ଟ ମୁତାବକ ରିକ୍ଟର୍‌ ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୩ ରେକର୍ଡ କରାଯାଇଛି। ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଏହାର ଉତ୍ପତ୍ତିସ୍ଥଳ ଥିବା ସୂଚନା ମିଳିଛି। ତେବେ ଏହି ଭୂମିକମ୍ପ ଯୋଗୁ କେତେ ମୃତାହତ ହୋଇଛନ୍ତି କ’ଣ ସବୁ କ୍ଷୟକ୍ଷତି ଘଟିଛି ସେନେଇ କୌଣସି ସୂଚନା ମିଳିନାହିଁ।

ଉଲ୍ଲେଖଯୋଗ୍ୟ, ଗତ ଶନିବାର ଦିନ ଆଫଗାନିସ୍ତାନରେ ଭୂମିକମ୍ପ ଯୋଗୁଁ କେତୋଟି ଗାଁ ନିଶ୍ଚିହ୍ନ ହୋଇଯିବା ସହିତ ଅନେକ ଘର ଓ ବଡ଼ ବଡ଼ କୋଠା ଭାଙ୍ଗିରୁଜି ଯାଇଥିଲା। ଏଥିରେ ପ୍ରାୟ ୨୦୦୦ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା।

ମଙ୍ଗଳବାର ଦିନ ଆଫଗାନିସ୍ତାନ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ମୁଖପାତ୍ର ମୁଲ୍ଲା ସାଇକ୍‌ କହିଥିଲେ ଯେ, ଶନିବାର ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୪୦୦୦ ଅତିକ୍ରମ କରିଛି। ଏଥିସହିତ ୨୦ଟି ଗାଁର ପ୍ରାୟ ୨୦୦୦ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଭୂମିକମ୍ପଜନିତ ଉଦ୍ଧାର ଓ ପୁନର୍ନିମାଣ କାର୍ଯ୍ୟଲାଗି ଜାତିସଂଘର ମାନବୀୟ କାର୍ଯ୍ୟାଳୟ ୫ ନିୟୁତ ଡଲାର୍‌ର ସହାୟତା ଘୋଷଣା କରିଛି।

ସୂଚନାଯୋଗ୍ୟ, ଶନିବାର ଦିନ ଆଫଗାନିସ୍ତାନରେ ଲଗାତର ୩ ଥର ଭୂମିକମ୍ପ ହୋଇଥିଲା। ପ୍ରଥମେ ୬.୩, ତା’ପରେ ୫.୯ ଓ ପରେ ୫.୫ ତୀବ୍ରତାର ଭୂମିକମ୍ପ ହୋଇଥିବା ରେକର୍ଡ କରାଯାଇଥିଲା।

ad-week
Leave A Reply

Your email address will not be published.