ଅଭିନବ ଉପାୟରେ ଲୁଟୁଛି ନାବାଳକ ଗ୍ୟାଙ୍ଗ, ସମଲିଙ୍ଗୀ ଯୌନ ସମ୍ପର୍କ ରଖିବା ପରେ କରୁଛି ବ୍ଲାକମେଲିଂ…

add-all

ssd

ଭୁବନେଶ୍ୱର : ରାଜଧାନୀରେ ଅଭିନବ ଉପାୟରେ ଦୁଇ ଜଣ ଯୁବକଙ୍କୁ ଲୁଟିଛନ୍ତି ନାବାଳକ ଲୁଟେରା । ସମଲିଙ୍ଗୀ ଯୌନ ସମ୍ପର୍କ ରଖିବା ଓ ପରେ ଭିଡ଼ିଓ ଭାଇରାଲ କରିବାର ଧମକ ଦେଇ ଯୁବକଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା । ସମଲିଙ୍ଗି ସମ୍ପର୍କ ରଖୁଥିବା ପୁରୁଷ ମାନଙ୍କୁ ଲୁଟିବା ପାଇଁ ପ୍ରସ୍ତୁତ କରାଯାଇଥିଲା ସ୍ଵତନ୍ତ୍ର ବ୍ଲୁ ପ୍ରିଣ୍ଟ। ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ ହେବା ପରେ ଗିରଫ ହେଲେ ୪ ନାବାଳକ ଓ ଜଣେ ଶାବାଳକ।

ସୂଚନା ଅନୁଯାୟୀ ଗେମ ଆପ୍ଲିକେସନରେ ଆସୁଥିବା ଅଶ୍ଳୀଳ ସେକ୍ସ ଆପ୍ଲିକେସ ରେ ଚାଟିଂ ମାଧ୍ୟମରେ ଟାର୍ଗେଟ ଖୋଜୁଥିଲେ ଏହି ନାବାଳକ। ବିଭିନ୍ନ ଯୁବକଙ୍କ ସହ ଚାଟିଂ କରି କିଏ ସମଲିଙ୍ଗୀ ଯୌନ ସମ୍ପର୍କ ରଖିବାକୁ ଇଚ୍ଛୁକ ତାର ପତ୍ତା ଲଗାଉଥିଲେ। ପ୍ରଥମେ ଚାଟିଂ କରି ସମ୍ପର୍କ ବଢ଼ାଉଥିଲେ। ପରେ ନମ୍ବର ନେଇ ଭୁବନେଶ୍ୱର ଗ୍ୟାରେଜ ଛକକୁ ଡାକିଥିଲେ ଖୋର୍ଦ୍ଧାର ଜଣେ ଲୋକକୁ। ଉକ୍ତ ଯୁବକ ଭୁବନେଶ୍ୱର ଆସିବା ପରେ ତାଙ୍କୁ ଏକ ଘରକୁ ନେଇଥିଲେ। ଘରେ ଅଶ୍ଳୀଳ କାମ କରିବା ପରେ ଭିଡ଼ିଓ ଭାଇରାଲ କରିବାର ଧମକ ଦେଇଥିଲେ। ଲୋକ ଲଜ୍ୟା ଭୟରେ ଉକ୍ତ ଯୁବକ ପ୍ରଥମେ ଫୋନ ପେ ମାଧ୍ୟମରେ ଏକ ଲକ୍ଷ ଟଙ୍କା ଦେଇଥିଲେ। ଖାଲି ସେତିକି ନୁହେଁ ଏଟିଏମରୁ ପୁଣି ୫୦ ହଜାର ଟଙ୍କା ଦେଇଥିଲେ। ଲିଙ୍ଗରାଜ ଥାନାରେ ଅଭିଯୋଗ ପରେ ସିସିଟିଭି ଆଧାରରେ ୪ ନାବାଳକ ଓ ଜଣେ ଶାବାଳକଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ।

ad-week
Leave A Reply

Your email address will not be published.