ଗାଧୋଇବା ବେଳେ ବ୍ରାହ୍ମଣୀରେ ବୁଡିଗଲେ ଦୁଇ ସାଙ୍ଗ…

add-all

rj

ଯାଜପୁର: ଅନ୍ତରଙ୍ଗ ବନ୍ଧୁ ଥିଲେ । ଏକାଠି ବୁଲୁଥିଲେ, ଏକାଠି ଯାଉଥିଲେ । ଏକାଠି ଶେଷଯାତ୍ରା ବି କଲେ ।  ଧର୍ମଶାଳା ଗୋକର୍ଣ୍ଣେଶ୍ୱର ନିକଟ ବ୍ରାହ୍ମଣୀ ନଦୀରେ ଏକାଠି ଗାଧଉଥିଲେ । ହାତ ଧରାଧରି ହୋଇ ବ୍ରାହ୍ମଣୀ ଗର୍ଭରେ ସଲିଳ ସମାଧି ନେଇଗଲେ ।  ଦୁଇ ସାଙ୍ଗ ହେଲେ, ଜାରକା କୁମାରୀ ଗାଁର ଦିବ୍ୟରଞ୍ଜନ ମହାରଣା ଓ ଗୋବିନ୍ଦ ରଣା  ।
ଆଜି ଯୁବକ ଦ୍ବୟ କାମ ସାରି ନଦୀରେ ଗାଧୋଉ ଥିବା ସମୟରେ ନଦୀରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଡାକ ପକାଇଥିଲେ। ତେବେ ଅଗ୍ନିଶମ ବାହିନୀ ଆସିବା ପୂର୍ବରୁ ସ୍ଥାନୀୟ ଯୁବକମାନେ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ସେମାନଙ୍କୁ ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।   ଖବର ପାଇ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି |

ମିଳିଥିବା ସୂଚନା ଅନୁସାରେ,  ମୃତକ ଗୋବିନ୍ଦ ଜାରକାରେ ଏକ ଲୁଗା ଦୋକାନରେ କର୍ମଚାରୀ ଭାବେ କାମ କରୁଥିଲେ । ଦୁଇ ଜଣଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ad-week
Leave A Reply

Your email address will not be published.