ଶ୍ରୀମନ୍ଦିରରେ ‘ଶାଳୀନତାପୂର୍ଣ୍ଣ ପୋଷାକ’କୁ ନେଇ ଜାରି ହେଲା ନିୟମାବଳୀ…

Independence

temp

ପୁରୀ: ନୂଆବର୍ଷ ଅର୍ଥାତ୍‍ ଜାନୁୟାରୀ ୧ ତାରିଖରୁ ଶ୍ରୀମନ୍ଦିରକୁ ‘ଶାଳୀନତାପୂର୍ଣ୍ଣ’ ପୋଷାକ ପିନ୍ଧିବାକୁ ପ୍ରଶାସନ ଭକ୍ତଙ୍କୁ ଅନୁରୋଧ କରିଛି। ଯଦି ତାହା ନହେବ ତେବେ ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ କରାଯିବ। ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ଉପସ୍ଥିତ ରହୁଥିବା ପ୍ରତିହାରୀ ସେବକ ଏବଂ ଜଗନ୍ନାଥ ମନ୍ଦିର ପୁଲିସ ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦେବେ ନାହିଁ। ନୀତି ସବ୍‍ କମିଟି ଏ ବାବଦରେ ନିଷ୍ପତ୍ତି ନେବା ପରେ ପ୍ରଶାସନ ଏହାକୁ କାର୍ଯ୍ୟକାରୀ କରିଛି। ଏଥିପାଇଁ ପ୍ରଶାସନ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁସାରେ, ପୁରୁଷମାନେ ପ୍ୟାଣ୍ଟ୍‌ ସାର୍ଟ, କୁର୍ତ୍ତା ପଞ୍ଜାବୀ, ଧୋତି ଆଦି ପାରମ୍ପରିକ ପୋଷାକ ପିନ୍ଧିବେ । ମହିଳାମାନେ ଶାଢ଼ୀ, ଶାଲୱାର ଭଳି ପାରମ୍ପରିକ ପୋଷାକ ପରିଧାନ କରି ଶ୍ରୀମନ୍ଦିରରେ ପ୍ରବେଶ କରିବେ । ତେବେ ହାଫ୍ ପ୍ୟାଣ୍ଟ, ଚିରାଫଟା ଜିନ୍ସ , ଆଧୁନିକ ଡ୍ରେସ୍‌ ତଥା ଧାର୍ମିକ ଭାବନକୁ କୁଠାରଘାତ କଲା ଭଳି ପୋଷାକ ବର୍ଜନୀୟ ବୋଲି ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଶ୍ରୀ ମନ୍ଦିରକୁ ଯିବାକୁ ହେଲେ ପିନ୍ଧିବାକୁ ହେବ ଶାଳୀନତାପୂର୍ଣ୍ଣ ପୋଷାକ । ଏ ନେଇ କିଛି ଦିନ ଆଗରୁ ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା ନୂଆବର୍ଷଠାରୁ ଏହାକୁ ଯେପରି କଡ଼ାକଡ଼ି ଭାବେ ଲାଗୁ କରାଯିବ, ସେଦିଗରେ ପଦକ୍ଷେପ ନେବାକୁ ସମସ୍ତ ନିଯୋଗର ସଭାପତି, ସମ୍ପାଦକ ଏବଂ ହୋଟେଲ ମାଲିକଙ୍କୁ ଚିଠି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତେବେ ଚିଠିରେ ନିୟମ ଲାଗୁ ହୋଇନି, ବିବେକ ଅନୁସାରେ ଶାଳୀନତା ପୋଷାକ ପିନ୍ଧନ୍ତୁ ବୋଲି ଦର୍ଶାଯାଇଛି । ଶ୍ରୀମନ୍ଦିର ପ୍ରଶାସକଙ୍କ ପକ୍ଷରୁ ସବୁ ନିଯୋଗ ଓ ହୋଟେଲକୁ ଏନେଇ ଚିଠି ଲେଖିଛନ୍ତି ମୁଖ୍ୟ ପ୍ରଶାସକ ।

ad-week
Leave A Reply

Your email address will not be published.