୧.୨୭ ଲକ୍ଷ ଟଙ୍କାରେ ବିକ୍ରି ହେଲା ୨ କୁଇଣ୍ଟାଲ ଓଜନର ବଡ଼ ମାଛ…

add-all

machha

ଜଳେଶ୍ୱର : ପଶ୍ଚିମବଙ୍ଗର ଦିଘା ମୁହାଣରେ ଥିବା ମାଛ ମାର୍କେଟରେ ଆଜି ଏକ ବିରାଟକାୟ କୋଇଭୋଲା ମାଛ ବିକ୍ରି ହୋଇଛି। ମାଛଟିର ଓଜନ ୨ କୁଇଣ୍ଟାଲ ଥିଲା। କୋଲକାତାର ଏକ ଫାର୍ମା କମ୍ପାନୀ ମାଛଟିକୁ ୧ ଲକ୍ଷ ୨୭ ହଜାର ଟଙ୍କାରେ କିଣି ଥିଲା।  ପାରାଦୀପରୁ ଏହି ମାଛଟିକୁ ଧରାଯାଇଥିଲା। ପାରାଦୀପର ମତ୍ସ୍ୟଜୀବୀମାନେ ମାଛଟିକୁ ବିକ୍ରି କରିବା ପାଇଁ ଦିଘା ନେଇଥିଲେ।

ଏହି ମାଛ ଗଭୀର ସମୁଦ୍ରରେ ଦେଖାଯାଏ । ଏହି ମାଛରୁ ଔଷଧ ତିଆରି ହୋଇଥାଏ । ବିଦେଶରେ ଏହି ମାଛର ଅଧିକ ଚାହିଦା ରହିଛି। ବଡ଼ ବଡ଼ ଔଷଧ ପ୍ରସ୍ତୁତକାରୀ କମ୍ପାନୀମାନେ ଏହାକୁ କିଣିଥାଆନ୍ତି। ଦିଘାର ମାଛ ବ୍ୟବସାୟୀ ନବ କୁମାର କହିଛନ୍ତି ଯେ ପୂର୍ବରୁ କିଛି କୋଇଭୋଲା ମାଛ ଧରାପଡ଼ିଥିଲେ। ସେଗୁଡ଼ିକର ଓଜନ ୩୦ରୁ ୪୦ କିଲୋ ମଧ୍ୟରେ ଥିଲା। ଆଜି ଏଠାରେ ଯେଉଁ କୋଇଭୋଲ ମାଛଟି ବିକ୍ରି ହେଲା, ତାହା ୨୦୦ କିଲୋ ଥିଲା।

ଦିଘା ମାଛ ମାର୍କେଟରେ ଆଜି ୨ କୁଇଣ୍ଟାଲ ଓଜନର ବିରାଟକାୟ କୋଇଭୋଲା ମାଛଟିକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।

ad-week
Leave A Reply

Your email address will not be published.