କ୍ରାଇମବ୍ରାଞ୍ଚ EOW ପଞ୍ଜାରେ ଜମି ଦଲାଲ…

Independence

rere

ଭୁବନେଶ୍ବର: କ୍ରାଇମବ୍ରାଞ୍ଚ EOW ପଞ୍ଜାରେ ଜଣେ ଜମି ଦଲାଲ। ଜମି ଦଲାଲ ବିଚିତ୍ର ବେହେରାକୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା। ଭୁବନେଶ୍ୱର ମଳିପଡାରୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଜାଲ ଆଧାର କାର୍ଡ, ଜମି କାଗଜ ପତ୍ର ଓ ନକଲି ଫଟୋ ଲଗାଇ ଜମି ବିକ୍ରି କରୁଥିଲା ଅଭିଯୁକ୍ତ।

ଅଭିଯୋଗକାରିଣୀ ଲିପିକା ଦାସଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ବାନ୍ଧିଲା EOW। ଏହି ଘଟଣାରେ ଆହୁରି ଅନେକ ଅଭିଯୁକ୍ତ ସାମିଲ ଅଛନ୍ତି ତାଙ୍କୁ ଧରିବା ପାଇଁ ଅଧିକ ତଦନ୍ତ କରୁଛି ଅର୍ଥନୈତିକ ଅପରାଧ ଶାଖା। ଅଭିଯୁକ୍ତ ନିକଟରୁ ଜାଲ ଜମି କାଗଜ ପତ୍ର, ନକଲି ଆଧାର କାର୍ଡ, କିଛି ଫୋଟ ଜବତ କରାଯାଇଛି |

ad-week
Leave A Reply

Your email address will not be published.