ବଙ୍କର୍‌ରେ ଲୁଚିଲେ, ତଳେ ଶୋଇଲେ ଜର୍ମାନ ଚାନ୍ସେଲର୍‌

add-all

trqw

ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଛି ଘନ ଘନ ଆକ୍ରମଣ। ଏହି ଯୁଦ୍ଧ ଏବେ ୧୨ ଦିନରେ ପହଞ୍ଚି ସାରିଲାଣି। ଏହାରି ଭିତରେ ଇସ୍ରାଏଲ ଗସ୍ତରେ ଯାଇଛନ୍ତି ଜର୍ମାନ ଚାନ୍ସେଲର୍‌ ଓଲାଫ୍‌ ସୋଲ୍‌ଜସ୍‌। ତେବେ ତେଲ୍‌ ଅବିବ ସ୍ଥିତ ବେନ୍‌ ଗୁରିଅନ୍‌ ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ତଳେ ଶୋଇବାକୁ ବାଧ୍ୟ ହୋଇଛନ୍ତି। ସେ କେବଳ ସେତିକି ନୁହେଁ ସେ ବଙ୍କର ଭିତରେ ଲୁଚି ଥିବା ମଧ୍ୟ ଦେଖିବାକୁ ମିଳିଛି।

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁସାରେ, ଜର୍ମାନ ଚାନ୍ସେଲର୍‌ ଓଲାଫ୍‌ ଓ ତାଙ୍କର କିଛି କର୍ମଚାରୀ ବେନ୍‌ ଗିରଅନ୍‌ ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ହଠାତ୍‌ ଆକ୍ରମଣ ସାଇରନ୍‌ ବାଜି ଉଠିଥିଲା। ଫଳରେ ଭୟରେ ସମସ୍ତେ ଭୂମି ଉପରେ ଶୋଇବାକୁ ବାଧ୍ୟ ହୋଇଥିଲେ। କାଇରୋ ଅଭିମୁଖେ ତାଙ୍କ ଓଲାଫ୍‌ଙ୍କ ବିମାନ ଉଡ଼ାଣ ଆରମ୍ଭ କରିବା ପୂର୍ବରୁ ଏହି ଘଟଣା ଘଟିଥିଲା। ସେଠାରେ ଆଜି ସେ ଇଜିପ୍ଟର୍‌ ରାଷ୍ଟ୍ରପତି ଅବ୍‌ଦେଲ୍‌ ଫତାହ୍‌ ଏଲ୍‌-ସିସିଙ୍କୁ ଭେଟିବା କାର୍ଯ୍ୟକ୍ରମ ଥିଲା।

ସାମ୍ନାକୁ ଆସିଥିବା କିଛି ଫଟୋ ଆଉ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜର୍ମାନ୍‌ ଚାନ୍ସେଲର୍‌ଙ୍କ ସହିତ ବିମାନ ଯାତ୍ରା କରୁଥିବା ସହଯୋଗୀ ଓ ସାମ୍ବାଦିକମାନେ ତୁରନ୍ତ ବିମାନ ଛାଡ଼ି ରନ୍‌ୱେ ଉପରେ ଶୋଇ ପଡୁଛନ୍ତି। କିନ୍ତୁ, ଚାନ୍‌ସେଲର୍‌ ଓଲାଫଙ୍କୁ ତା’ପରେ ସେଠାରୁ ଗୋଟାଏ ବଙ୍କର ଭିତରକୁ ନିଆଯାଇଥିବା କଥା ଜଣାପଡିଛି। ପରେ ଅନ୍ୟମାନଙ୍କୁ ମଧ୍ୟ ବେନ୍‌ ଗୁରିଅନ୍‌ ଆନ୍ତର୍ଜାତିକ ବିମାନ ବନ୍ଦରରେ ଥିବା ‘ବୋମା ଆଶ୍ରୟସ୍ଥଳ’କୁ ନିଆଯାଇଥିଲା।

ଏହାର କିଛି ସମୟ ପରେ ଅତିରିକ୍ତ ସୁରକ୍ଷା ଯାଞ୍ଚ କରାଯାଇ ପୁଣି ଓଲାଫ୍‌ ଓ ଅନ୍ୟମାନେ ସେ ବିମାନ ଚଢ଼ିଥିଲେ। ହମାସ୍‌ ଆତଙ୍କବାଦୀଙ୍କ ଅମାନୁଷିକ ଆକ୍ରମଣ ଘଟଣାରେ ଇସ୍ରାଏଲ୍‌କୁ ସମର୍ଥନ ଜଣାଇବା ଲାଗି ଜର୍ମାନ ଚାନ୍ସେଲର୍‌ ମଙ୍ଗଳବାର ଦିନ ଇସ୍ରାଏଲ୍‌ ଗସ୍ତରେ ଯାଇଥିଲେ।

ad-week
Leave A Reply

Your email address will not be published.