ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ…

add-all

hanile

ବାସୁଦେବପୁର: ଅଟକାଇଲେ, ହାଣି ଫେରାର ହୋଇଗଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସର୍ତରପୁର ସୁଇସଗେଟ ନିକଟରେ ଯୁବକଙ୍କୁ ଆକ୍ରମଣ ହୋଇଛି। ଆକ୍ରମଣର ଶୀକାର ଯୁବକ ରତିକାନ୍ତ ଦଳାଇ।

ଗତକାଲି ରାତିରେ ରତିକାନ୍ତ ବାସୁଦେବପୁର ବଜାରରୁ ଘରକୁ ଫେରୁଥିବାବେଳେ ହତାଠ୍ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ପୂର୍ବ ଯୋଜନା ମୁତାବକ କିଛି ଯୁବକ ମାରଣାସ୍ତ୍ର ଧରି ଲୁଚି ରହିଥିଲେ। ରତିକାନ୍ତ ଫେରୁଥିବାବେଳେ ହଠାତ୍ ବାହାରକୁ ଆସି ଗାଡ଼ି ଅଟକାଇଥିଲେ। ତାପରେ ରଡ ଓ ଖଣ୍ଡା ସାହାଯ୍ୟରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ରତିକାନ୍ତ ପଡିଥିବାବେଳେ ଗାଁଲୋକେ ତାଙ୍କୁ ଉଦ୍ଧରା କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବାବେଳେ ବାସୁଦେବପୁର ପୋଲିସ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.