କ୍ୟାପିଟାଲ ହସ୍ପିଟାଲ ଲ୍ୟାବରୁ ୬୦ ଲକ୍ଷ ଟଙ୍କାର ଟେକ୍ନିକାଲ ସାମଗ୍ରୀ ଚୋରି…

add-all

cap

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ଲ୍ୟାବରୁ ଟେକ୍ନିକାଲ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ଆସିଛି। ପାଖାପାଖି ୬୦ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା କୁହାଯାଉଛି। ଚୋରି ବେଳେ ସିଟିଟିଭିରେ କଏଦ ହୋଇଛି ଦୃଶ୍ୟ। ଏଠାରେ ସୁଇପର ଏବଂ ସିକ୍ୟୁରିଟି ଗାର୍ଡଙ୍କ ଜରିଆରେ ଚୋରି ହୋଇଥିବା ସୂଚନା ରହିଛି।

ମଙ୍ଗଳବାର ରାତିରେ ଏହି ଚୋରି ଘଟଣା ଘଟିବା ପରେ ଥାନାରେ ଏତଲା ଦିଆଯାଇଛି। ପୋଲିସ ଅଭିଯୋଗ ପାଇବା ପରେ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଏହି ଘଟଣାରେ ଯେକୌଣସି ବ୍ୟକ୍ତି ହୁଅନ୍ତୁ ନା କାହିଁକି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ। ତେବେ ଏହି ଚୋରି ଘଟଣାକୁ ନେଇ ଥାନାରେ ଏତଲା ଦେବା ସହ ସ୍ୱାସ୍ଥ୍ୟ ସେବାରେ ବ୍ୟବହୃତ ହେଉଥିବା ସାମଗ୍ରୀ ଚୋରିକୁ ଏକ ସାଙ୍ଘାତିକ ଅପରାଧ ବୋଲି କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ।

ad-week
Leave A Reply

Your email address will not be published.