ଶ୍ୱଶୁର ଘର ଗାଁରୁ ଜ୍ୱାଇଁର ମୃତଦେହ ଉଦ୍ଧାର

add-all

mud

କଣ୍ଟାବାଞ୍ଜି: ଶ୍ୱଶୁର ଘର ଗାଁରେ ଜ୍ୱାଇଁଙ୍କୁ କରେଣ୍ଟ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ। ମୃତକ ଜଣକ ହେଲେ ଭାଲୁମୁଣ୍ଡା ଗାଁର ବଂଶୀ ଠେଲା। ବଙ୍ଗୋମୁଣ୍ଡା ଥାନା ମାଲପଡା ଗାଁରେ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି।

ସୂଚନା ଅନୁଯାୟୀ, ବଂଶୀ ଠେଲା ଦୀର୍ଘ ବର୍ଷ ହେବ ତାଙ୍କ ଶଶୁର ଘର ଗାଁ ମାଲପଡ଼ାରେ ରହୁଥିଲେ। ଗତକାଲି ରାତିରେ ଶଳା ସହ ବଂଶୀ ମାଛ ମାରିବାକୁ ପୋଖରୀକୁ ଯାଇଥିଲେ। ହେଲେ ଆଜି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତେବେ ମାଛ ମାରିଥିବା ସ୍ଥାନରେ ବିଦ୍ୟୁତ ତାର ସଂଯୋଗ କରାଯାଇଥିଲା। କରେଣ୍ଟ ଦେଇ ବଂଶୀଧରଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଭାଇ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ବଙ୍ଗୋମୁଣ୍ଡା ପୁଲିସ ଘଟଣାସ୍ଥଳରେ ତଦନ୍ତ କରୁଛି ଓ ଘଟଣାର ଖୋଳତାଡ କରୁଛନ୍ତି।

ad-week
Leave A Reply

Your email address will not be published.