ଏଥର ନିର୍ବାଚନ ଲଢିବେନି ଶରଦ ପାଓ୍ବାର ? ଦଳୀୟ କର୍ମୀଙ୍କୁ ସଂକେତ ଦେଇଥିବା ନେଇ ଚର୍ଚ୍ଚା…

add-all

shard

ମୁମ୍ବାଇ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ପ୍ରମୁଖ ଶରଦ ପାୱାର ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ। ଏ ନେଇ ସେ ନିଜେ ଦଳୀୟ କର୍ମୀମାନଙ୍କୁ ସଂକେତ ଦେଇଥିବା କେତେକ ଜାତୀୟ ସ୍ତରର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
ମହାରାଷ୍ଟ୍ରର ଡିଣ୍ଡୋରୀ ଲୋକସଭା ଆସନକୁ ନେଇ ଏକ ସମୀକ୍ଷା ବୈଠକରେ ଶରଦ ପାୱାର ଦଳୀୟ କର୍ମୀ ଓ ନେତାଙ୍କ ସମ୍ମୁଖରେ ଏହି ମତ ରଖିଥିଲେ। ବୁଧବାର ଲୋକସଭା ଆସନ କୁ ନେଇ ଏକ ସମୀକ୍ଷା ବୈଠକରେ ନେତା ଓ କର୍ମୀମାନେ ଶରଦ ପାୱାରଙ୍କୁ ମହାରାଷ୍ଟ୍ରର ମାଧା ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରିଥିଲେ। ଦଳରେ ବିଦ୍ରୋହ ପରେ ଦଳକୁ ମଜବୁତ କରିବା ପାଇଁ ପାୱାର ରାଜ୍ୟ ତଥା ଦେଶ ଗସ୍ତ କରିବେ। ଶରଦ ପାୱାର ବର୍ତ୍ତମାନ ସଂସଦର ଉଚ୍ଚ ସଦନ ରାଜ୍ୟସଭାର ସଦସ୍ୟ ଅଛନ୍ତି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇରେ ଶରଦ ପାୱାରଙ୍କ ଦଳ ବିଭାଜିତ ହୋଇଥିଲା। ପୁତୁରା ଅଜିତ ପାୱାର ଦଳରେ ବିଦ୍ରୋହ କରିଥିଲେ। ଏହି ଘଟଣା ମହାରାଷ୍ଟ୍ର ରାଜନୀତିକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିଲା। ଦଳକୁ ବଞ୍ଚାଇବା ପାଇଁ ଶରଦ ପାୱାରଙ୍କୁ ମଧ୍ୟ ବଡ଼ ଚ୍ୟାଲେଞ୍ଜ ର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବିଦ୍ରୋହ ପରେ ଅଜିତ ପାୱାର ଦଳ ଓ ନିର୍ବାଚନ ଚିହ୍ନ ପାଇଁ ଦାବି କରିବା ପରେ ଏହି ମାମଲା ନିର୍ବାଚନ କମିଶନଙ୍କ ଦ୍ୱାରରେ ପହଞ୍ଚିଥିଲା। ଏହି ମାମଲା ଏବେ ନିର୍ବାଚନ କମିଶନଙ୍କ ବିଚାରାଧୀନ ରହିଛି।

ad-week
Leave A Reply

Your email address will not be published.