କାର୍ଯ୍ୟକାଳ ସରିବା ପରେ ଚାଷ କାମ କରିବେ ରାଷ୍ଟ୍ରପତି

add-all

IMAGE_1697716993

ପାଟନା : କାର୍ଯ୍ୟକାଳ ସରିବା ପରେ କ’ଣ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାକୁ ନେଇ କଲେ ବଡ଼ ଖୁଲାସା। ଗାଁକୁ ଯାଇ ଚାଷ କାମ କରିବେ ବୋଲି ଖୋଲାଖୋଲି କହିଛନ୍ତି ରାଷ୍ଟ୍ରପତି।
ବିହାର ମୋତହାରୀରେ ଆୟୋଜିତ କୃଷି ଭିତ୍ତିକ କାର୍ଯ୍ୟକ୍ରମ ୪ର୍ଥ ଏଗ୍ରିକଲଚର ରୋଡ୍‌ ମ୍ୟାପ୍‌ ଉଦ୍‌ଘାଟନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଫ୍ୟୁଚର ପ୍ଲାନିଂ ବିଷୟରେ ବଖାଣିଛନ୍ତି। ତାଙ୍କ କାର୍ଯ୍ୟକାଳ ସରିବାର ପରେ ସେ ନିଜ ଗାଁକୁ ଯିବେ। ସେଠାରେ ସେ ଚାଷ କାମ କରିବେ। ସେ ମଧ୍ୟ ଜଣେ କୃଷକଙ୍କ ଝିଅ। ବିହାରରେ କିଭଳି ଚାଷ କାମ ହେଉଛି। କିଭଳି ଖାଦ୍ୟ ସାମଗ୍ରୀ ଶୀତଳ ଭଣ୍ଡାରରେ ରଖାଯାଉଛି ଓ କିଭଳି ଧାନ ଉତ୍ପାଦନ କରାଯାଉଛି ତାହା ଜାଣିବା ପାଇଁ ସେ ବିହାର ଆସିଥିବା କହିଛନ୍ତି।
କେବଳ ସେତିକି ନୁହେଁ ରାଷ୍ଟ୍ରପତି ନିଜକୁ ବିହାରୀ ବୋଲି ମଧ୍ୟ ସମ୍ବୋଧନ କରିଛନ୍ତି। ବିହାର ସହିତ ଓଡ଼ିଶାର ଲିଙ୍କ ରହିଛି। ଏଥିପାଇଁ ସେ ନିଜକୁ ବିହାରୀ ବୋଲି କହିଥିବା ରାଷ୍ଟ୍ରପତି ମୁର୍ମୁ କହିଛନ୍ତି। ଇତିହାସର ରେକର୍ଡ ଅନୁଯାୟୀ ୧୯୧୨ ମାର୍ଚ୍ଚ ୨୨ ତାରିଖରେ ବେଙ୍ଗଳ ପ୍ରେସିଡେନ୍ସିରୁ ବିହାର ଓ ଓଡ଼ିଶା ଅଲଗା ହୋଇଥିଲେ ବୋଲି କହିଛନ୍ତି।

ଏହା ତାଙ୍କର ପ୍ରଥମ ବିବହାର ଗସ୍ତ ହୋଇଥିଲେ ମଧ୍ୟ ଏଠାକାର ଲୋକ ଓ ସଂସ୍କୃତି ସହିତ ସେ ପୂର୍ବରୁ ପରିଚିତ। ପାଖାପାଖି ୬ ବର୍ଷ ଧରି ପଡୋଶୀ ରାଜ୍ୟ ଝାଡ଼ଖଣ୍ଡରେ ରାଜ୍ୟପାଳ ଦାୟିତ୍ୱ ତୁଲାଇବା ବେଳେ ବିହାରର ସଂସ୍କୃତି ଏବଂ ଜୀବନଶୈଳୀକୁ ଅତି ନିକଟତର ଭାବେ ଜାଣିଛି ଏବଂ ଅନୁଭବ କରିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।

ad-week
Leave A Reply

Your email address will not be published.