ଶିଳ୍ପା ଶେଟ୍ଟୀ-ରାଜ କୁନ୍ଦ୍ରାଙ୍କ ବିଚ୍ଛେଦ..! ଚର୍ଚ୍ଚାରେ ‘ସେପାରେସନ୍’ ପୋଷ୍ଟ

add-all

kun

ପୋର୍ଣ୍ଣୋଗ୍ରାଫି ମାମଲା ବା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣକୁ ନେଇ ଖବର ଶିରୋନାମାରେ ଥିବା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବେ ପୁଣି ଚର୍ଚ୍ଚାରେ। ଡେବ୍ୟୁ ଫିଲ୍ମ ‘UT 69’ ଚର୍ଚ୍ଚା ସହ କୁନ୍ଦ୍ରାଙ୍କ ଏକ ସୋଶାଲ ମିଡିଆ ପୋଷ୍ଟ ନେଟିଜେନ୍ସଙ୍କୁ ଦ୍ୱନ୍ଦ୍ୱରେ ପକାଇଛି।

କାରଣ ଏହି ପୋଷ୍ଟରେ କୁନ୍ଦ୍ରା ଅଲଗା ହୋଇ ଯାଇଥିବାବା ନେଇ ହିଣ୍ଟ୍ସ(ସଙ୍କେତ) ଦେଇଛନ୍ତି। ତେବେ ସେ କାହା ସହ କେଉଁ ପ୍ରକାରର ଅଲଗା ହୋଇଛନ୍ତି ତା’ର କୌଣସି ସ୍ପଷ୍ଟୋକ୍ତି ରଖିନାହାନ୍ତି। ନିଜର ସୋଶାଲ ମିଡିଆ ହ୍ୟାଣ୍ଡଲରେ କୁନ୍ଦ୍ରା ଲେଖିଛନ୍ତି, ଆମେ ଅଲଗା ହୋଇଯାଇଛୁ ଏବଂ ଆପଣମାନଙ୍କୁ ବିନମ୍ର ଅନୁରୋଧ କି, ଏପରି କଠିନ ସମୟରେ ଆମକୁ ସମୟ ଦେବେ।

ରାଜ କୁନ୍ଦ୍ରାଙ୍କ ଏହି ପୋଷ୍ଟକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ମାତ୍ର ଏହା ଏକ ପ୍ରମୋସନାଲ୍ ଷ୍ଟଣ୍ଟ୍(ପ୍ରଚାର ମୁଦ୍ଦା) ବୋଲି କୁହାଯାଉଛି। କାରଣ ନିକଟରେ ରିଲିଜ୍ ହୋଇଛି କୁନ୍ଦ୍ରାଙ୍କ ଡେବ୍ୟୁ ଫିଲ୍ମ ‘UT 69’ର ଟ୍ରେଲର୍। ଏହି ସିନେମା ମାଧ୍ୟମରେ ଅଭିନୟରେ ଡେବ୍ୟୁ କରୁଛନ୍ତି କୁନ୍ଦ୍ରା।

ଆସନ୍ତା ୩ରେ ‘UT 69’ ରିଲିଜ୍ ହେବ। ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ କୁନ୍ଦ୍ରାଙ୍କ ଗିରଫଦାରୀ ଉପରେ ଏହି ଫିଲ୍ମ ନିର୍ମାଣ ହୋଇଛି। କୁନ୍ଦ୍ରା ଏଥିରେ ନିଜ ଭୂମିକାରେ ନିଜେ ଅଭିନୟ କରିଛନ୍ତି। ସିନେମାକୁ ନେଇ ପତ୍ନୀ ଶିଳ୍ପା ଶେଟ୍ଟୀ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି। ତେଣୁ ଏହି ‘ସେପାରେସନ୍’ ପୋଷ୍ଟ ପ୍ରୋମସନାଲ୍ ଷ୍ଟଣ୍ଟ୍ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ad-week
Leave A Reply

Your email address will not be published.