ଦେଶକୁ ମିଳିଲା ପ୍ରଥମ ରାପିଏଡଏକ୍ସ ଟ୍ରେନ: ଦିଲ୍ଲୀ-ଗାଜିଆବାଦରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ…

add-all

pm

ନୂଆଦିଲ୍ଲୀ: ଦେଶକୁ ମିଳିଲା ପ୍ରଥମ ରାପିଏଡଏକ୍ସ ଟ୍ରେନ। ଆଞ୍ଚଳିକ ଯୋଗାଯୋଗ କ୍ଷେତ୍ରରେ ପରିବତ୍ତର୍ନ ଆଣିବ ରାପିଡଏକ୍ସ ଟ୍ରେନ ‘ ନମୋ ଭାରତ ’ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ଗାଜିଆବାଦ-ମେରଟ ଆରଆରଟିଏସ୍ କରିଡରରେ ଗଡିବ । ଆଜି ଏହାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତର ପ୍ରଦେଶ ସାହିବାବାଦ ଷ୍ଟେସନରେ ରାପିଡଏକ୍ସ ଟ୍ରେନ ‘ ନମୋ ଭାରତ’ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଏହାର କରିଡରକୁ ପ୍ରଥମ ପର୍ଯ୍ୟାୟରେ ସାହିବାବାଦ୍ ରୁ ଦୁହାଇ ଷ୍ଟେସନ ପର୍ଯ୍ୟନ୍ତ ୧୭ କିଲୋମିଟର ରଖାଯାଇଛି। ଏହା ମଧ୍ୟରେ ମୋଟ୍ ୫ଟି ଷ୍ଟେସନ ଯେପରିକି ସାହିବାବାଦ୍, ଗାଜିଆବାଦ୍, ଗୁଲଘର, ଦୁହାଇ ଓ ଦୁହାଇ ଡିପୋ ରହିଛି। ଏହି ୧୭ କିଲୋମିଟର ଯାତ୍ରା କରିବା ପାଇଁ ଟ୍ରେନ୍ କୁ ପ୍ରାୟ ୧୫ରୁ ୧୭ ମିନିଟ ସମୟ ଲାଗିବ। ୧୭ କିଲୋମିଟର ପ୍ରାଥମିକ ପର୍ଯ୍ୟାୟ କାର୍ଯ୍ୟରେ ପୁରୁଷ କର୍ମଚାରୀଙ୍କ ଅପେକ୍ଷା ଅଧିକ ମହିଳା ରହିଛନ୍ତି। ୩୦ ହଜାର ୨୭୪ କୋଟି ବ୍ୟୟ ଅଟକଳରେ ନିର୍ମିତ ୮୨ କିଲୋମିଟର ବିଶିଷ୍ଟ ଦିଲ୍ଲୀ-ଗାଜିଆବାଦ-ମେରଟ ସମ୍ପୂର୍ଣ୍ଣ RRTS କରିଡର୨୦୨୫ ଜୁନ୍ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଛି ।

ad-week
Leave A Reply

Your email address will not be published.