ପାର୍ଟନର୍‌ଙ୍କଠାରୁ ପୃଥକ୍‌ ହେଲେ ଇଟାଲିର ପ୍ରଧାନମନ୍ତ୍ରୀ ଜୋର୍ଜା ମେଲୋନି…

add-all

ip1-1024x655

ରୋମ୍‌: ସାମ୍ବାଦିକ ତଥା ପାର୍ଟନର୍‌ ଆଣ୍ଡ୍ରିଆ ଜିଆମ୍ବ୍ରୁନୋଙ୍କଠାରୁ ପୃଥକ୍‌ ହୋଇଛନ୍ତି ଶୁକ୍ରବାର ଦିନ ଇଟାଲୀର ପ୍ରଧାନମନ୍ତ୍ରୀ ଜୋର୍ଜା ମେଲୋନି କହିଛନ୍ତି।
‘ଏକ୍ସ୍‌’ କରି ମେଲୋନି ଲେଖିଛନ୍ତି, ପ୍ରାୟ ୧୦ ବର୍ଷ ଧରି ତିଷ୍ଠି ରହିଥିବା ଆଣ୍ଡ୍ରିଆ ଜିଆମ୍ବ୍ରୁନୋଙ୍କ ସହ ମୋର ସମ୍ପର୍କ ବିଚ୍ଛିନ୍ନ ହୋଇଛି। କିଛି ଦିନ ହେବ ଆମର ମାର୍ଗ ମଧ୍ୟ ଭିନ୍ନ ହୋଇ ଯାଇଥିଲା। ପରିଶେଷରେ ଏକଥା ଘୋଷଣା କରିବାର ସମୟ ଉପନୀତ ହୋଇଛି।
ସୂଚନାଯୋଗ୍ୟ, ୪୬ ବର୍ଷୀୟ ମେଲୋନି ଜିଆମ୍ବ୍ରୁନୋଙ୍କୁ ବିବାହ ନ କରିଥିଲେ ବି ତାଙ୍କ ସ୍ତ୍ରୀ ଭଳି ରହୁଥିଲେ। ସେମାନଙ୍କର ୭ ବର୍ଷୀୟ ଝିଅଟିଏ ଅଛି।
ମେଲୋନି ଆହୁରି ମଧ୍ୟ ଲେଖିଛନ୍ତି, ଆମେ ଏକତ୍ର ବିତାଇଥିବା ଚମତ୍କାର ସମୟ, ସମ୍ମୁଖୀନ ହୋଇଥିବା ଆହ୍ବାନ ଓ ସବୁଠୁ ବଡ଼ କଥା, ମତେ ଜିନିଭ୍ରା ନାମ୍ନୀ କନ୍ୟା ଦେଇଥିବାରୁ ମୁଁ ତାଙ୍କ ପ୍ରତି କୃତଜ୍ଞା।
ଉଲ୍ଲେଖଯୋଗ୍ୟ, ଟେଲିଭିଜନ୍‌ ସୋ ‘ଡିଆରିଓ ଡେଲ୍‌ ଜିଓର୍‌ନୋ’ର ଉପସ୍ଥାପକ ଜିଆମ୍ବ୍ରୁନୋ ଇଟାଲୀୟ ‘ଫ୍ରି-ଟୁ-ଏୟାର୍‌ ଚ‌ାନେଲ୍‌ ରିଟି ଫୋର୍‌’ରେ ଗତ ଅଗଷ୍ଟ ମାସରେ କହିଥିଲେ ଯେ, ମାତ୍ରାଧିକ ମଦ୍ୟପାନରୁ ନିବୃତ ହେଲେ ମହିଳାମାନେ ଯୌନଉତ୍ପୀଡ଼ନ ଆଶଙ୍କା ହ୍ରାସ କରାଇପାରିବେ। ଏଥିଯୋଗୁଁ ସେ ତୀବ୍ର ସମାଲୋଚନାର ସରବ୍ୟ ହୋଇଥିଲେ।
ସେହିପରି, ତାଙ୍କର ଆଉ କେତୋଟି ପ୍ରସାରଣରେ ସେ କେତେକ ଅଭଦ୍ରୋଚିତ ମନ୍ତବ୍ୟ ବା ଟିପ୍ପଣୀ ଦେଇଥିବା ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଗୋଟିଏ ଭିଡିଓରେ ସେ ଅଶ୍ଳୀଳ ଶବ୍ଦ କହି ଜଣେ ମହିଳା ସହକର୍ମୀଙ୍କ ଆଡ଼କୁ ଅଗ୍ରସର ହେଉଥିବା ଦେଖାଯାଉଛି। ତାଙ୍କୁ ସେ କହୁଛନ୍ତି, ତୁମ ସହିତ ମୋର ଆଗରୁ ଭେଟ ହେଲାନାହିଁ କାହିଁକି? ଅନ୍ୟ ଏକ ରେକର୍ଡିଙ୍ଗ୍‌ରେ ସେ ମହିଳା ସହକର୍ମୀମାନଙ୍କୁ ଆହୁରି କଦର୍ଯ୍ୟ କଥା କହୁଛନ୍ତି।
ଏ କଥା ମେଲୋନିଙ୍କୁ ପଚରାଯିବାରୁ ସେ କହିଲେ ଯେ, ତାଙ୍କ ପାର୍ଟନର୍‌ଙ୍କ ଟିପ୍ପଣୀକୁ ଭିତ୍ତିକରି ତାଙ୍କୁ (ମେଲୋନି) ବିବେଚନା କରାଯିବା ଅନୁଚିତ। ସେ ଏ ସବୁ ଟିପ୍ପଣୀ ସଂକ୍ରାନ୍ତରେ କ‌ୌଣସି ମନ୍ତବ୍ୟ ଦେବେ ନାହିଁ।

ad-week
Leave A Reply

Your email address will not be published.