ଅଭିଯୁକ୍ତ ଗିରଫ, ଖଣ୍ଡା ଓ ଲୁହାରଡ୍‌ ଜବତ…

add-all

arrest

ଭୁବନେଶ୍ୱର୍: କୁକୁର ଲଢେଇ ଓ ଭୁକିବାକୁ ନେଇ ଜଣେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମରା ଯାଇଥିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ସୂର୍ଯ୍ୟନଗର ସିମିଳିବସ୍ତିରେ ରହୁଥିବା ନୟାଗଡ଼ ଜିଲ୍ଲା ସଦର ଅଞ୍ଚଳର ମାଗୁଣି ନାୟକ(୪୬)।

ଅଭିଯୋଗଅନୁସାରେ, ଗତାକାଲି ସକାଳେ କ୍ୟାପିଟାଲ ଥାନା ଅନ୍ତର୍ଗତ ସୂର୍ଯ୍ୟନଗର ଅଞ୍ଚଳରେ ଜଣେ ମହିଳାଙ୍କ ପୋଷାକୁକୁର ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ପୋଷାକୁକୁର ଭିତରେ ଲଢେଇ ହୋଇଥିଲା। ଏନେଇ ମ‌ାଗୁଣୀ ମହିଳାଙ୍କ ପୋଷାକୁକୁରର ପଛପଟେ ଏକ ଲୁହାରଡ୍‌ ପୁରାଇ ଦେଇଥିଲା। ଏହାକୁ ନେଇ ମହିଳା ଆପତ୍ତି ଉଠାଇବାରୁ ମାଗୁଣି ଉତ୍ୟକ୍ତ ହୋଇ ଅଭିଯୋଗକାରିଣୀ ମହିଳାଙ୍କ ଉପରେ ଏକ ଖଣ୍ଡାରେ ଆକ୍ରମଣ କରିଥିଲା। କିନ୍ତୁ ମହିଳା ସେଥିରୁ ବର୍ତ୍ତି ଯାଇତିଲେ। ତା’ପରେ ମାଗୁଣି ତାଙ୍କୁ ଉଲଗ୍ନ କରି ମାଡ଼ ମାରିଥିଲା। ଏନେଇ ମହିଳା ଥାନାରେ ଅଭି‌ଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ତା’ ପାଖରୁ ଉପରୋକ୍ତ ଲୁହାରଡ଼୍‌ ଓ ଖଣ୍ଡା ଜବତ ହୋଇଛି।

ad-week
Leave A Reply

Your email address will not be published.