ଥରିଲା ନେପାଳ, ଦିଲ୍ଲୀରେ ଅନୁଭୂତ ହେଲା ଝଟକା…

add-all

ea

ନେପାଳରେ ଆଜି ସକାଳେ ଭୂକମ୍ପ ଅନଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଥିଲା। ରାଜଧାନୀ କାଠମାଣ୍ଡୁଠାରୁ ପଶ୍ଚିମରେ ୫୫ କିଲୋମିଟର ଦୂରରେ ଥିବା ଧାଡ଼ିଙ୍ଗ ଥିଲା ଏହି ଭୂକମ୍ପର କେନ୍ଦ୍ରସ୍ଥଳ। ଏଥିଯୋଗୁ କୌଣସି ପ୍ରକାର କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ଆସିନାହିଁ।

ନେପାଳର ବାଜମତି ଓ ଗଣ୍ଡାକି ପ୍ରଦେଶର ଜିଲ୍ଲାଗୁଡ଼ିକରେ ମଧ୍ୟ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ସେହିପରି ଭାରତର ଦିଲ୍ଲୀ-ଏନ୍‌ସିଆରରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ନେପାଳ ହେଉଛି ବିଶ୍ୱର ଏକଦଶତମ ସର୍ବାଧିକ ଭୂକମ୍ପପ୍ରବଣ ରାଷ୍ଟ୍ର। ୨୦୧୫ ମସିହାରେ ନେପାଳରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ହଜାରରୁ ଅଧିକ ଆହତ ହୋଇଥିଲେ।

ad-week
Leave A Reply

Your email address will not be published.