ଭତ୍ତା ଟଙ୍କା ଧରି ଦୌଡିଲେ ଯୁବକ, ଥାନାରେ ଏତଲା…

add-all

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଶାଳଦେଇ ଗ୍ରାମପଞ୍ଚାୟତରେ ଚାଲିଥିଲା ଭତ୍ତା ବଣ୍ଟନ। ପଞ୍ଚାୟତ ଜିଆରଏସ ଅଶୋକ ସାହୁ ୨ ଲକ୍ଷ ୪ ହଜାର୬ ଶହ ଟଙ୍କା ଉଠାଇ ୯୭ ଜଣକୁ ଭତ୍ତା ବଣ୍ଟନ କରିସାରିଥିବା ବେଳେ ଅଚାନକ ଗାଁର ନୀଳମଣି ଦଳେଇ ନିଶାଶକ୍ତ ଭାବେ ପହଞ୍ଚି ବ୍ୟାଗରେ ଥିବା ୧ଲକ୍ଷ ୩ ହଜାର ୪ ଶହ ଟଙ୍କା ଧରି ଚମ୍ପଟ ମାରିଥିଲା।

ଏନେଇ ତନାଘନା ଚାଲିବା ପରେ ନୀଳମଣିଙ୍କ ବାପା ଅନାମ ପଞ୍ଚାୟତକୁ ଆସି ସମ୍ପୃକ୍ତ ଜିଆରଏସଙ୍କୁ ଗାଳି ଗୁଲଜ କରିଥିବା ସହିତ ଧମକ ଦେଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ନୀଳମଣିର ବାପା ଅନାମକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.