ଆକାଶର ରଙ୍ଗ ହୋଇଗଲା ଗୋଲାପୀ, ସ୍ଥାନୀୟ ଲୋକେ ଭୟଭୀତ…

add-all

red

ନୂଆଦିଲ୍ଲୀ: ପ୍ରକୃତିର ସୌନ୍ଦର୍ଯ୍ୟ ଦେଖି‌ଲେ ଲୋକେ ଖୁସି ହୋଇଯାଆନ୍ତି। ପ୍ରକୃତିର ସୌନ୍ଦର୍ଯ୍ୟକୁ ନେଇ କବି ଓ ଗାଳ୍ପିକ ଅନେକ କବିତା ଓ ଗପ ଲେଖିଛନ୍ତି। ନିକଟରେ ଆକାଶରେ ପ୍ରକୃତିର ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ତାହା ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଏହି ଫଟୋରେ ଆକାଶର ରଙ୍ଗ ଗୋଲାପୀ ହୋଇଯାଇଥିବା ଦେଖିବାକୁ ମିଳୁଛି। ଏହି ରହସ୍ୟମୟ ଦୃଶ୍ୟ ବ୍ରିଟେନରେ ଦେଖିବାକୁ ମିଳିଛି।

ବ୍ରିଟେନରେ ଦେଖିବାକୁ ମିଳୁଥିବା ଏହି ରହସ୍ୟମୟ ଘଟଣାକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଏକିଏ ଏଦୃଶ୍ୟ ଦେଖି ଭୟଭୀତ ହୋଇଯାଇଥିବା ବେଳେ ଅନ୍ୟମାନେ ପ୍ରକୃତିର ଗୋଲପୀ ଆକାଶର ଦୃଶ୍ୟକୁ ନିଜନିଜ କ୍ୟାମେରାରେ କୈଦ କରି ନେଇଥିଲେ। ଏହି ଘଟଣା ଅକ୍ଟୋବର ୧୯ ତାରିଖରେ କେଣ୍ଟର ଥାନେଟ ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି।

ଏହି ଘଟଣାରକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ତେବେ ଏହା ପ୍ରଥମ ଘଟଣା ନୁହେଁ,  ଅଷ୍ଟ୍ରେଲିଆର ଉତ୍ତର ଭିକ୍ଟୋରିଆନ୍‌ ସହର ମିଲ୍ଡୁରାରେ ମଧ୍ୟ ଗତବର୍ଷ ଆକାଶର ରଙ୍ଗ ଦେଖୁଦେଖୁ ବଦଳିଯାଇଥିଲା। ନୀଳ ଓ ଧଳା ରଙ୍ଗରୁ ହୋଇଯାଇଥିଲା ଗୋଲାପୀ । ଆକାଶର ଏହି ରଙ୍ଗ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଲୋକଙ୍କୁ ଲାଗିଥିଲା ଯେ ଏହା ବୋଧେ  ହୁଏ ଏଲିୟନ୍‌ଙ୍କ ଆକ୍ରମଣ। ଏହାକୁ କିଛି ଲୋକ ସାଇନ୍ସ ଫିକ୍ସନ୍‌ ବୋଲି ମଧ୍ୟ କହିଥିଲେ।

ad-week
Leave A Reply

Your email address will not be published.