ଟ୍ରକକୁ ଧକ୍କା ହେଲା କାର୍‌: ୨ ଜଣଙ୍କ ମୃତ୍ୟୁ, ୫ ଗୁରୁତର…

add-all

acc

ଗଞ୍ଜାମ: ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଗୋଟିଏ ଟ୍ରକ୍‌କୁ ଧକ୍କା ଦେଇଛି କାର। ଏଥିଯୋଗୁ ଘଟଣା ସ୍ଥଳରେ ଚାଲି ଯାଇଛି ୨ ଜଣଙ୍କ ଜୀବନ। ଏବେ କାର୍‌ରେ ଥିବା ଆଉ ୫ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ୭ ଜଣ ଲୋକ ଗୋଟିଏ କାର୍‌ରେ ପଶ୍ଚିମବଙ୍ଗର ରାଣୀ ଗଞ୍ଜ ଯାଉଥିଲେ। ସମସ୍ତ ହସ ଖୁସିରେ ସେଠାକୁ ଯାଉଥିବା ବେଳେ ଅଧା ରାସ୍ତାରେ ଘଟିଛି ଅଘଟଣା। ହଠାତ୍‌ ଜାତୀୟ ରାଜପଥ ୧୬ର ନାରାୟଣ ଗଡ଼ ନିକଟ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛ ପଟୁ ଧକ୍କା ଦେଇଛି କାର୍‌।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ୨ ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣା ଗ୍ରସ୍ତ କାର୍‌ ମଧ୍ୟରୁ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଦିନପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦୁଇ ମୃତକଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି। ସେ ହେଲେ କ୍ଷୀରୋଦ ପ୍ରଧାନ। ଅନ୍ୟ ଜଣଙ୍କ ପରିଚୟ ମିଳିନାହିଁ। ଦୁର୍ଘଟଣାରେ କାର୍‌ଟିର ସାମ୍ନା ପଟ ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି।  ସ୍ଥାନୀୟ ଲୋକମାନେ ପୂରା ଚୂରମାର ହୋଇଯାଇଥିବା କାର୍‌ ମଧ୍ୟରୁ ମୃତାହତଙ୍କୁ ପ୍ରଥମେ ଉଦ୍ଧାର କରିଥିଲେ। ଏହାପରେ ପୁଲିସ୍‌ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲା।

ପଶ୍ଚିମବଙ୍ଗ ପୁଲିସ୍‌ ଘଟଣାରେ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା, ତା’ର ଖୋଳ ତାଡ଼ ଆରମ୍ଭ କରିଛି।

ad-week
Leave A Reply

Your email address will not be published.