ମେଡିକାଲ ଛାତ୍ରଙ୍କ ପାଣିରେ ବୁଡ଼ି ମୃତ୍ୟୁ…

add-all

fe

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରୁଷିକୁଲ୍ୟା ନଦୀରେ ରବିବାର ଜଣେ ମେଡିକାଲ ଛାତ୍ରଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ବ୍ରହ୍ମପୁର ଗୋଷାଣୀନୂଆଗାଁର ରାକେଶ କୁମର ପାଢ଼ୀ ନାମକ ଏହି ଜୁନିୟର ଡାକ୍ତର ଓ ତାଙ୍କ ଦୁଇ ସାଙ୍ଗ ସୋରଡ଼ାକୁ ବଣଭୋଜି କରିବାକୁ ଯାଇଥିଲେ। ପିକନିକ ସମୟରେ ସେମାନେ ନଦୀ କୂଳରେ ଗାଧୋଉଥିବା ବେଳେ ରାକେଶ ପାଣି ଭିତରକୁ ପଶିଯାଇଥିଲେ ଯେଉଁଠାରେ ସେ ବୁଡି ଯାଇ ପ୍ରାଣ ହରାଇଛନ୍ତି।

ନଦୀରେ ପ୍ରବଳ ସ୍ରୋତ ଆସିବାରୁ ସେ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ ଏହାପରେ ତାଙ୍କ ସାଙ୍ଗମାନେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଦୀର୍ଘ ସମୟ ଧରି ନଦୀରେ ଖୋଜାଖୋଜି କରିବା ପରେ ଅଗ୍ନିଶମ କର୍ମଚାରୀମାନେ ରାକେଶଙ୍କ ମୃତଦେହକୁ ଉଦ୍ଧାର କରି କୂଳକୁ ଆଣିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପିଜି କରୁଥିବା ରାକେଶ ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜୁନିୟର ଡାକ୍ତର ଭାବେ କାର୍ଯ୍ୟରତ ଥିଲେ।

ad-week
Leave A Reply

Your email address will not be published.