ଗାଜାରେ ଟ୍ୟାଙ୍କ ଧରି ପଶିଲା ଇସ୍ରାଏଲ…

add-all

Israel_War_1698315003

ତେଲ ଅଭିଭ : ଗାଜାକୁ ଚାରିପଟୁ ଘେରିଲା ଇସ୍ରାଏଲ୍‌। ଯୁଦ୍ଧ ଟ୍ୟାଙ୍କର ଧରି ଗାଜା ଭିତରେ ପଶି କରିଲା ସର୍ଜିକାଲ ଷ୍ଟ୍ରାଇକ୍। ଇସ୍ରାଏଲ ସେନା ହମାସକୁ ନିପାତ କରିବା ପାଇଁ ଏକ ନୂଆ ଉପାୟ ଆପଣାଇଛି। ଇସ୍ରାଏଲର ଗ୍ରାଉଣ୍ଡଫୋର୍ସ ଉତ୍ତର ଗାଜା ପଟ୍ଟିରେ ପ୍ରବେଶ କରି ହମାସର ଠିକଣାକୁ ନଷ୍ଟ କରିଥିବା ଆଇଡିଏଫ୍‌ ଦାବି କରିଛି।
ଅକ୍ଟୋବର ୭ ତାରିଖରେ ହମାସ ଆକ୍ରମଣ କରିବା ପରେ ଇସ୍ରାଏଲ ରକ୍ତମୁଖା ହୋଇପଡିଛି। ଗାଜା ଷ୍ଟ୍ରିପ୍‌ରୁ ହମାସ ସମୂଳେ ଧ୍ୱଂସ କରିବା ପାଇଁ ଘନ ଘନ ଆକ୍ରମଣ କରୁଛି। ଏହାରି ଭିତରେ ଏବେ ଇସ୍ରାଏଲ ସେନା ଗାଜା ଭିତରେ ପଶି ସର୍ଜିକାଲ ଷ୍ଟ୍ରାଇକ୍ କରିଥିବା କଥା ସାମ୍ନାକୁ ଆସିଛି। କେବଳ ସେତିକି ନୁହେଁ ସର୍ଜିକାଲ ଷ୍ଟ୍ରାଇକ୍‌ କରି ଇସ୍ରାଏଲ ସେନା ପୁଣି ନିଜ ସୀମାକୁ ଫେରି ଆସିଛି। ଏହି ସର୍ଜିକାଲ ଷ୍ଟ୍ରାଇକର ଭିଡିଓକୁ ଇସ୍ରାଏଲ ସେନା ନିଜ ସୋଶାଲ ମିଡିଆରେ ଜାରି କରିଛି।
ଭିଡିଓରେ ଗାଜା ସୀମାରେ ଇସ୍ରାଏଲ ସେନା ଟ୍ୟାଙ୍କର ଧରି ଅନୁପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ୬ରୁ ସାତଟି ଟ୍ୟାଙ୍କ ସମେତ ଆଣ୍ଟି ମିସାଇଲ୍‌ ଟ୍ୟାଙ୍କର ମଧ୍ୟରେ ଏଥିରେ ସାମିଲ ଅଛି। ଏହାପରେ ଇସ୍ରାଏଲ ସେନା ହମାସ ଠିକଣା ଉପରେ ଆଖିବୁଜା ବୋମାମାଡ କରୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି। ଯୁଦ୍ଧର ଏହା ଥିଲା ଆଉ ଏକ ପର୍ଯ୍ୟାୟର ପ୍ରସ୍ତୁତି ବୋଲି ଇସ୍ରାଏଲ ସେନା କହିଛି। ସେପଟେ ଏହି ଆକ୍ରମଣକୁ ନେଇ ହମାସ ପକ୍ଷରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ।

ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆଖିବୁଜା ଆକ୍ରମଣ କରିଥିଲା। ଏଥିରେ ୧୪୦୦ ଲୋକ ପ୍ରାଣ ହରାଇଥିଲେ। ଏଥିସହ ୫ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। କେବଳ ସେତିକି ନୁହେଁ ଇସ୍ରାଏଲର ୨୨୦ ନାଗରିକଙ୍କୁ ହମାସ ପଣବନ୍ଦୀ କରି ରଖିଛି। ଏହାର ଜବାବରେ ଏବେ ଇସ୍ରାଏଲ ଗାଜା ଉପରେ ଘନ ଘନ ଆକ୍ରମଣ କରୁଛି। ଇସ୍ରାଏଲର ଆକ୍ରମଣ ଯୋଗୁ ୬୫୦୦ ଜଣଙ୍କ ମୃତ୍ୟୁ ହୋଇଥିବା ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି।

ad-week
Leave A Reply

Your email address will not be published.