ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି…

82987517-c512-4dbe-baa9-fa0e4d0bfbbe-750x430

ସୁନ୍ଦରଗଡ଼: ଆଜି ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ବି. ଆର. ଷଡ଼ଙ୍ଗୀ ଓ ଜଷ୍ଟିସ କେ. ଆର. ମହାପାତ୍ର ଆସି ପଣ୍ଡରିଢିପା ଛକରେ ନିର୍ମାଣାଧୀନ ନୂତନ ନ୍ୟାୟାଳୟ କୋଠା ପରିସରରେ ଜ଼ିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟର ନୂତନ କୋଠା, ଏମିନିଟି ସେଣ୍ଟରର ଶୁଭ ଦେଇଛନ୍ତି। ସେହିପରି ହେମଗିର ଠାରେ ନୂତନ ନ୍ୟାୟାଳୟ କୋଠା, ଓକିଲ ସଂଘ କାର୍ଯ୍ୟାଳୟ, ଟ୍ରାନଜିଟ ହାଉସ, କର୍ମଚାରୀ ଆବାସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ସୁନ୍ଦରଗଡ଼ ପଣ୍ଡରିଢିପା ଛକରେ ଜ଼ିଲ୍ଲା ଓକିଲ ସଂଘ ନୂତନ କୋଠା, ଏମିନିଟି ସେଣ୍ଟର ନିର୍ମାଣ ପାଇଁ ଖର୍ଚ୍ଚ ହେବ ୪.୪୬ କୋଟି ଟଙ୍କା। କାମ ଅ।ରମ୍ଭ କରିବା ପାଇଁ ଅତିଶୀଘ୍ର ଟେଣ୍ଡର କରାଯିବ ବୋଲି କହିବା ସହ ୧୧ ମାସରେ କାମ ଶେଷ କରିବା ପାଇଁ ଧାର୍ଯ୍ୟ କରାଯାଇଥିବା କହିଛନ୍ତି ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ନାରାୟଣ ପଟେଲ।

ad-week
Leave A Reply

Your email address will not be published.