ନଭେମ୍ବର ୨୬ରେ ଓଡ଼ିଶା ପୁଲିସ୍‌ ଏସ୍‌ଆଇ ପରୀକ୍ଷା…

add-all

IMAGE_1698310555

କଟକ : ଓଡ଼ିଶା ପୁଲିସ୍ ସବ୍-ଇନ୍ସପେକ୍ଟର ପରୀକ୍ଷା-୨୦୨୧ ଆସନ୍ତା ନଭେମ୍ବର ୨୬ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାରେ ଓଏମ୍‌ଆର୍ ପ୍ରଣାଳୀରେ କରିବା ପାଇଁ ଆପାତତଃ ସ୍ଥିର କରାଯାଇଛି ବୋଲି ଆଜି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛି ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ।
ଏଥିରେ ଆହୁରି କୁହାଯାଇଛି, ଉକ୍ତ ପରୀକ୍ଷା ନିମନ୍ତେ ପୂର୍ବରୁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀମାନଙ୍କୁ ଏ ସଂକ୍ରାନ୍ତରେ ବିସ୍ତୃତ ତଥା ନିଶ୍ଚିତ ତାରିଖ ସେମାନଙ୍କ ପଞ୍ଜିକୃତ ଇ-ମେଲ୍ ମାଧ୍ୟମରେ ଖୁବ୍‌ଶୀଘ୍ର ଜଣାଇ ଦିଆଯିବ।

ad-week
Leave A Reply

Your email address will not be published.