ନଦୀ ପଠାରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର…

add-all

body2

ପୁରୀ: ନଦୀ ପଠାରେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ। ପୁରୀ ସଦର ଥାନା ଅଧୀନ ନୂଆଗାଁ ନିକଟ ନୂଆନଦୀ ପଠାରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ମହିଳାଙ୍କ ବୟସ ପ୍ରାୟ ୩୫ ବର୍ଷ ହେବ। ତାଙ୍କ ଗଳା ଅଧା କଟି ଝୁଲି ରହିଥିବାବେଳେ ବାମ ହାତ ଶରୀରରୁ ସଂପୂର୍ଣ୍ଣ କଟିଯାଇଛି।

ମୁହଁ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବାରୁ ପରିଚୟ ମିଳିବା କଷ୍ଟକର ହୋଇପଡିଛି। ସଦର ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛି ପୋଲିସ। ତେବେ କିଏ ଓ କାହିଁକି ମହିଳାଙ୍କୁ ହତ୍ୟା କଲା ସେନେଇ କାରଣ ଅସ୍ପଷ୍ଟ ରହିଛି।

ad-week
Leave A Reply

Your email address will not be published.