ଇସ୍ରାଏଲର ଷ୍ଟ୍ରାଇକ ପରଠାରୁ ପ୍ରାଣ ହରାଇଲେଣି ୫୦% ପଣବନ୍ଦୀ..!

is

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବଡ଼ ସୂଚନା ସାମ୍ନାକୁ ଆସିଛି। ଇସ୍ରାଏଲ ଗାଜା ଷ୍ଟ୍ରିପ ଉପରେ ହମଲା କରିବା ପରଠାରୁ ଇତି ମଧ୍ୟରେ ହମାସ ଦ୍ୱାରା ପଣବନ୍ଦୀ ହୋଇ ରହିଥିବା ୫୦% ଲୋକ ପ୍ରାଣ ହରାଇ ସାରିଲେଣି। ପଣବନ୍ଦୀଙ୍କ ସହ ହଜାର ହଜାର ସାଧାରଣ ପାଲେଷ୍ଟାଇନ ଲୋକ ମଧ୍ୟ ଇସ୍ରାଏଲ ହମାଲରେ ପ୍ରାଣ ହରାଇଥିବା ହମାସ ପକ୍ଷରୁ କୁହାଯାଇଈଛି।

ଗୋଟିଏ ବିବୃତିରେ ହମାସ କହିଛି, ଅଲ କସାମ ବ୍ରିଗେଡ୍ସ ଆକଳନ କରିଛି ଯେ ଗାଜା ଷ୍ଟ୍ରିପରେ ଇହୁଦି ଆକ୍ରମଣ ପରଠାରୁ ଇହୁଦି ପଣବନ୍ଦୀମାନେ ପ୍ରାଣ ହରାଇବାରେ ଲାଗିଛନ୍ତି। ଏହି ସଂଖ୍ୟା ଇତି ମଧ୍ୟରେ ପ୍ରାୟ ୫୦% ଛୁଇଁ ସାରିଲାଣି। ଇସ୍ରାଏଲ ଆକ୍ରମଣରେ ଏମାନେ ସମସ୍ତେ ପ୍ରାଣ ହରାଇଥିବା ହମାସ ଦାବି କରିଛି।

ତେବେ ହମାସର ଏପରି ଦାବିରେ କେତେ ସତ୍ୟତା ରହିଛି, ସେକଥା ଜଣାପଡ଼ିନି। ପୂର୍ବରୁ ଇସ୍ରାଏଲ କହିଥିଲା ଯେ ହମାସ ଅକ୍ଟୋବାର ୭ରେ ଆକ୍ରମଣ କରିବା ସହ ୨୨୨ ଜଣଙ୍କୁ ଅପହରଣ କରି ନେଇ ଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସଂଗଠନ ମୁକ୍ତ କରିଥିବା ବେଳେ ଅନ୍ୟମାନେ ଏବେ ବି ପଣବନ୍ଦୀ ହୋଇ ରହିଛନ୍ତି।

ପଣବନ୍ଦୀଙ୍କୁ ମୁକ୍ତ କରିବା ଓ ହମାସ ମୂଳପୋଛ କରିବା ପାଇଁ ଇସ୍ରାଏଲ ସେନା ଗାଜା ଷ୍ଟ୍ରିପରେ ଘନଘନ ଆକ୍ରମଣ କରି ଚାଲିଛି। ଇତି ମଧ୍ୟରେ ଇସ୍ରାଏଲ ହମଲାରେ ୭ ହଜାରରୁ ଅଧିକ ଲୋକ କେବଳ ଗାଜା ଷ୍ଟ୍ରିପରେ ପ୍ରାଣ ହରାଇ ସାରିଥିବା ପାଲେଷ୍ଟାଇନ ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.