ପାରା ବ୍ୟାଡମିଣ୍ଟନ ଖେଳାଳୀ ପ୍ରମୋଦ ଭଗତଙ୍କ ପାଇଁ ୨ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

add-all

pramod

ଭୁବନେଶ୍ବର : ପାରା ଏସିଆନ୍ ଗେମ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡିଶାର ପ୍ରମୋଦ ଭାଗବତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଚୀନ୍‌ର ହାଙ୍ଗଝୋଉରେ ଚାଲିଥିବା ଏସୀୟ ପାରା ଗେମ୍ସରେ ପାରା ବ୍ୟାଡମିଣ୍ଟନ୍ ପୁରୁଷ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ ଭଗତ। ଏକକ ଫାଇନାଲରେ ନିଜ ଦେଶ ଭାରତର ନିତେଶ କୁମାରଙ୍କୁ ୨୨-୨୦,୧୮-୨୧,୨୧-୧୯ ରେ ପରାଜିତ କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।

ସେହିପରି ଗୁରୁବାର ପୁରୁଷ ଯୁଗଳ ପ୍ରତିଯୋଗିତାର ସେମିଫାଇନାଲରେ ପରାସ୍ତ ହୋଇ ତାଙ୍କୁ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ବୁଧବାର ସେ ମିଶ୍ରିତ ଯୁଗଳ ପ୍ରତିଯୋଗିତାରେ ମନୀଷା ରାମଦାସଙ୍କ ସହ ସେମିରେ ପରାସ୍ତ ହୋଇ ପ୍ରଥମ କାଂସ୍ୟ ଜିତିଥିଲେ। ପ୍ରଥମ ଥର ପାଇଁ ଏସିଆନ ଗେମ୍ ଗେମ୍ସରେ ୩ ଟି ପଦକ ହାସଲ କରିଛନ୍ତି ପ୍ରମୋଦ। ପାରା ଏସିଆନ୍ ଗେମ୍ସରେ ପ୍ରମୋଦଙ୍କ ଏହା ଲଗାତର ଦ୍ୱିତୀୟ ସ୍ୱର୍ଣ୍ଣପଦକ । ପୂର୍ବରୁ ଜାକର୍ତ୍ତା ପାରା ଏସୀୟ କ୍ରୀଡାରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ ପ୍ରମୋଦ । ପୂର୍ବରୁ ଟୋକିଓ ପାରା ଅଲିମ୍ପିକ୍ସରେ ମଧ୍ୟ ଗୋଲଡ୍ ମେଡାଲ ପାଇଥିଲେ ଓଡ଼ିଶାର ଏହି ଖେଳାଳି ।

ସେପଟେ ମୁଖ୍ୟମନ୍ତ୍ରୀ ପାରା ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରମୋଦ ଭଗତଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ପ୍ରମୋଦଙ୍କ ଏହି ଉଲ୍ଲେଖନୀୟ ସଫଳତା ରାଜ୍ୟ ଓ ଦେଶ ପାଇଁ ଗୈାରବ ଆଣିଛି। ପ୍ରମୋଦଙ୍କ ଏହି ସଫଳତା ଅନ୍ୟ କ୍ରୀଡାବିତମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥି ସହିତ ୨୦୨୪ ପ୍ୟାରିସ ଅଲମ୍ପିକ୍ସ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପୁରସ୍କାର ରାଶି ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରମୋଦ । ଏହି ପ୍ରୋତ୍ସାହନ ପ୍ୟାରିସ ଅଲମ୍ପିକ୍ସ ୨୦୨୪ ପାଇଁ ଅଧିକ ପ୍ରେରଣା ଯୋଗାଇବ ବୋଲି ପ୍ରମୋଦ କହିଛନ୍ତି।

ad-week
Leave A Reply

Your email address will not be published.