ଅମୃତ କଳସ ଧରି ବିଜେପିର ଶୋଭାଯାତ୍ରା

BJP_1698466778

ଭୁବନେଶ୍ବର : ଅମୃତ କଳସ ଧରି ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ବିଜେପି କାର୍ଯ୍ୟକର୍ତ୍ତା। ୩୧୪ ବ୍ଲକରୁ ୩୧୪ ଅମୃତ କଳସ ଧରି ବିଜେପିର ୬୩୦ କାର୍ଯ୍ୟକର୍ତ୍ତା ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରୁ ମାଷ୍ଟର କ୍ୟାଣ୍ଟିନ ଯାଏ ଶୋଭାଯାତ୍ରା କରି ଏକ ସ୍ୱତନ୍ତ୍ର ଟ୍ରେନରେ ଦିଲ୍ଲୀ ଯିବେ।
ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅମୃତ କଳସ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରାଜ୍ୟ ସବୁ ବ୍ଲକ ଏବଂ ପଞ୍ଚାୟତରେ ମାଟି ସଂଗ୍ରହ କରିଥିଲା ଦଳ।
ଅମୃତ କଳସ ଯାତ୍ରା’ ଜାତୀୟ ବୀରମାନଙ୍କ ପାଇଁ ଏକ ପବିତ୍ର ଶ୍ରଦ୍ଧାଞ୍ଜଳି । ଯେଉଁମାନେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେମାନଙ୍କୁ ସମ୍ମାନ ପାଇଁ ‘ମେରୀ ମାଟି ମେରା ଦେଶ’ (MMMD) ଅଭିଯାନ ମାଧ୍ୟମରେ ବୀର ମାନଙ୍କ ଜନ୍ମ ସ୍ଥାନରୁ ମାଟି ସଂଗ୍ରହ ହୋଇଥିଲା । ୩୧ ତାରିଖରେ କର୍ତ୍ତବ୍ୟପଥରେ ‘ଅମୃତ ବାଟିକା’ ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର।

ad-week
Leave A Reply

Your email address will not be published.