ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

add-all

234a960e-031a-48f8-a017-2f3cc91ad2ff-e1698492801639-750x430

ଜଳେଶ୍ଵର: ପାରିବାରିକ କଳହର କରୁଣ ପରିଣତି। ଘରୋଇ ଝଗଡାକୁ କେନ୍ଦ୍ର କରି ସୁବର୍ଣ୍ଣରେଖା ନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳାଙ୍କୁ ସ୍ଥାନୀୟ ଯୁବକ ଉଦ୍ଧାର କରିଥିବା ବେଳେ ତାଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି। ସେ ଏବେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ବିବରଣୀରୁ ପ୍ରକାଶ ଯେ ମହମ୍ମଦ ନଗର ପାଟଣା ପଞ୍ଚାୟତର ସେକସରାଇ ଗ୍ରାମର ନବକୃଷ୍ଣ ନାୟକଙ୍କ ପତ୍ନୀ ରାଣୀ(୩୦) ଆଜି ସକାଳେ ଘରୋଇ ଗଣ୍ଡଗୋଳକୁ କେନ୍ଦ୍ର କରି ଘରୁ ରାଗି ଚାଲି ଆସିଥିଲେ। ଜଳେଶ୍ଵର ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ରାଜଘାଟ ପୋଲ ଉପରେ ନିଜର ଏକ ଆପ୍ରୋନ ଛାଡି ସୁବର୍ଣ୍ଣରେଖା ନଦୀର ଗଭୀର ପାଣି ଭିତରକୁ ଡେଇଁ ପଡ଼ିଥିଲେ।
ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ରାଜେନ୍ଦ୍ର ଦାସ ନାମକ ସ୍ଥାନୀୟ ଜଣେ ଯୁବକ ନିଜ ଜୀବନକୁ ପାଣି ଛଡାଇ ନଦୀକୁ ଡେଇଁ ପଡି ମହିଳାଙ୍କୁ ଉଦ୍ଧାର କରିଥିବା ବେଳେ ସ୍ଥାନୀୟ ବାସିନ୍ଦା ନିଶିକାନ୍ତ ଦେ,ବରୁଣ ଗିରି ଓ ଲକ୍ଷ୍ମୀଧର ଦାସ ପ୍ରମୁଖ ରାଜେନ୍ଦ୍ରଙ୍କୁ ଏହି ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ। ରାଣୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରୁ ପୁଣି ବାଲେଶ୍ଵର ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ସେ ଆଇସିୟୁରେ ଅଛନ୍ତି। ଖବର ପାଇ ରାଣୀଙ୍କ ପରିବାର ଲୋକେ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଛନ୍ତି। ରାଣୀଙ୍କର ଏକ ୧୩ ବର୍ଷର ପୁଅ ରହିଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ad-week
Leave A Reply

Your email address will not be published.