ମନୋଜ ମିଶ୍ରଙ୍କ ବିବାଦକୁ ନେଇ ମୁହଁ ଖୋଲିଲେ ଶ୍ରୀତମ: ଆମେ ଆପୋଷ ସମାଧାନ କରିବୁ…

add-all

Sritam-Das-1-750x430

ଭୁବନେଶ୍ବର: ଅଭିନେତା ମନୋଜ ମିଶ୍ରଙ୍କ ବାସନ୍ଦକୁ ନେଇ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପ୍ରତିକ୍ରିୟା ଦେବା ପରେ ଏହାକୁ ନେଇ ନିଜର ମନୋଭାବକୁ ସ୍ପଷ୍ଟ କରିଛନ୍ତି ଅଭିନେତା ତଥା ସିନେ କଳାକାର ସଂଘର ସଂପାଦକ ଶ୍ରୀତମ ଦାସ।
ଶ୍ରୀତମ କହିଛନ୍ତି, ମନୋଜ ପଶ୍ଚିମ ଓଡ଼ିଶାରୁ ଆସି ଏଠି ନମ୍ବର ୱାନ କଳାକାର ହୋଇଛନ୍ତି, ବହୁତ ବଡ଼ ଜାଗାରେ ଅଛନ୍ତି। ସେ ଓଡ଼ିଶାର ସୁପୁତ୍ର। ଆମ ପରିବାର ଭିତରେ ଟିକେ ମନୋମାଳିନ୍ୟ ହୋଇଛି। ଆମ ପରିବାର ଭିତର କଥା ବାହାରକୁ ପଳେଇ ଆସିଛି ତାହା ବଡ଼ ଭଳି ଲାଗୁଛି, କିଛି ଦିନ ଭିତରେ ସମାଧାନ ହୋଇଯିବ ପୁଣି ଆମେ ମିଳିମିଶି କାମ କରିବୁ। ଏହାକୁ ନେଇ ରାଜନୀତି ହେବା କଥା ନୁହେଁ। ଏହି ଘଟଣାକୁ ନେଇ ରାଜନୀତି କରାଯିବା ଉଚିତ ନୁହେଁ। ଗଣମାଧ୍ୟମ ଆଗରେ ସମସ୍ତ ରାଜନେତାଙ୍କୁ ଅନୁରୋଧ କରିବି ଏହା ଭିତରେ କେହି ମୁଣ୍ଡ ପୁରାନ୍ତୁ ନାହିଁ, କାରଣ ଆମ ପରିବାର କଥା ଆମେ ଆପୋଷ ସମାଧାନ କରିବୁ। ଆମେମାନେ ବସି ସମାଧାନ କରିବୁ।

ad-week
Leave A Reply

Your email address will not be published.