ସ୍ବାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି

add-all

lingaraj-1-750x430

ଭୁବନେଶ୍ୱର : ଗତ ବୁଧବାରଠାରୁ ଉପବାସରେ ରହିଥିବା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ଶୁକ୍ରବାର ସ୍ବାଭାବିକ ହୋଇଛି। ଅପରାହ୍ନ ୧ଟାରେ ମହାସ୍ନାନ ହୋଇଥିଲା। ଅପରାହ୍ନ ୧ଟା ୩୦ରେ ମଙ୍ଗଳଆଳତି, ଅବକାଶ, ଦର୍ଶନ ପରେ ରୋଷହୋମ କରାଯାଇଥିଲା। ଏହାପରେ ଅନ୍ୟାନ୍ୟ ନୀତି ହୋଇଥିଲା। ସୂଚନାଥାଉ କି, ସାମନ୍ତରାପୁର ଛକ ଗଙ୍ଗୁଆ ବ୍ରିଜ ନିକଟରେ ଥିବା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତିରେ କେତେଜଣ ବଡୁ ସେବାୟତମାନେ ନିର୍ମାଣ କାର୍ଯ୍ୟ କରିବାକୁ ନେଇ ପୂଜା ପଣ୍ଡା ଏବଂ ବ୍ରାହ୍ମଣ ନିଯୋଗ ପକ୍ଷରୁ ନୀତିକାନ୍ତିରେ ଅସହଯୋଗ କରାଯାଇଥିଲା।

ଠାକୁରଙ୍କର କୋଟି କୋଟି ଟଙ୍କାର ସମ୍ପତିକୁ ତହବିଲକୁ ଫେରାଇ ଆଣିବାକୁ ଦାବି କରିବାକୁ ନେଇ ଠାକୁର ଦୁଇଦିନ ଉପବାସ ରହିଲେ। ଶୁକ୍ରବାର ପ୍ରଶାସନର ଆଭିମୁଖ୍ୟକୁ ନେଇ ବ୍ରାହ୍ମଣ ନିଯୋଗର ହେମନ୍ତ ପଣ୍ଡା ଏବଂ ପୂଜା ପଣ୍ଡା ନିଯୋଗର ପ୍ରସନ୍ନ ପୂଜାପଣ୍ଡା ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡର ଦୁଇ ଟ୍ରଷ୍ଟି ସଦସ୍ୟ ଇସ୍ତଫା ଦେବାରୁ ଠାକୁରଙ୍କ ନୀତି ଆରମ୍ଭ ହୋଇଥିଲା। ପ୍ରତ୍ୟେକ ଦିନର ନୀତି ବିଶୃଙ୍ଖଳା, ସେବାୟତଙ୍କ ଅଧିକାର, ଶ୍ରୀଲିଙ୍ଗରାଜଙ୍କ ସମ୍ପତି ଲୁଟ ପାଇଁ ପ୍ରଶାସନ ସ୍ଥାଣୁ ପାଲଟିବାକୁ ଭର୍ତ୍ସନା କରି ଇସ୍ତଫାପତ୍ରରେ ଉଲ୍ଲେଖ କରିଥିଲେ।

ad-week
Leave A Reply

Your email address will not be published.