ଆଉ ରାସ୍ତାରେ ଗଡ଼ିବନି କଳା-ହଳଦିଆ ଟ୍ୟାକ୍ସି…

add-all

cwe

୬୦ ବର୍ଷର ଇତିହାସ ଉପରେ ଲାଗିବ ବ୍ରେକ। ଆଉ ରାସ୍ତାରେ ଗଡ଼ିବନି କଳା-ହଳଦିଆ ଟ୍ୟାକ୍ସି। ରାଜରାସ୍ତାରୁ ଗାଏବ ହୋଇଯିବ ‘ପ୍ରିମିୟର ପଦ୍ମିନୀ’। ଦୀର୍ଘ ୬ ଦଶନ୍ଧି ଧରି ମୁମ୍ବାଇ ରାସ୍ତାରେ ରାଜ କରୁଥିବା ଏହି କଳା-ହଳଦିଆ ଟ୍ୟାକ୍ସି ଆଉ ଲୋକଙ୍କୁ ସେବା ପ୍ରଦାନ କରିପାରିବ ନାହିଁ। ଏହାକୁ ପରିବହନ ବିଭାଗ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି।

ମୁମ୍ବାଇବାସୀ ସୋମବାର ଅର୍ଥାତ ଅକ୍ଟୋବର ୩୦ରୁ ଏହି କଳା-ହଳଦିଆ(କାଲି-ପିଲି) ଟ୍ୟାକ୍ସି ସେବା ପାଇପାରିବେ ନାହିଁ। ଆସନ୍ତାକାଲି ଏହି ‘ପ୍ରିମିୟର ପଦ୍ମିନୀ’ ଟ୍ୟାକ୍ସିର ଯାତ୍ରା ଶେଷ ହେବ। ନୂତନ ମଡେଲ ଏବଂ ଆପ ଆଧାରିତ କ୍ୟାବ ସେବା ଆଗରେ ଏହି କଳା-ହଳଦିଆ ଟ୍ୟାକ୍ସିଗୁଡ଼ିକ ବର୍ତ୍ତମାନ ମୁମ୍ବାଇର ରାସ୍ତାରୁ ହଟାଇ ଦିଆଯିବ।

ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି, ୨୯ ଅକ୍ଟୋବର ୨୦୦୩ରେ ତାରଦେବ ଆର୍‌ଟିଓରେ ପ୍ରିମିୟର୍‌ ପଦ୍ମିନୀର ଶେଷ ଟ୍ୟାକ୍ସି ପଞ୍ଜିକୃତ ହୋଇଥିଲା। ସହରରେ କ୍ୟାବଗୁଡ଼ିକର ବୟସ ସୀମା ୨୦ ବର୍ଷ। ଏଭଳି ସ୍ଥିତିରେ ମୁମ୍ବାଇରେ ସୋମବାର ଠାରୁ ପ୍ରିମିୟର ପଦ୍ମିନୀ ଟ୍ୟାକ୍ସି ଆଉ ଗଡିବ ନାହିଁ। ସେପଟେ ମୁମ୍ବାଇର କିଛି ଲୋକେ ଅତିକମ୍‌ରେ ଗୋଟିଏ ପ୍ରିମିୟର ପଦ୍ମିନୀ ଟ୍ୟାକ୍ସିକୁ ସଂଗ୍ରହାଳୟରେ ସଂରକ୍ଷିତ ରଖିବା ପାଇଁ ଦାବି କରିଛନ୍ତି।

୧୯୬୪ରେ ମୁମ୍ବାଇ ରାସ୍ତାରେ ପ୍ରିମିୟର୍‌ ପଦ୍ମନୀ ଟ୍ୟାକ୍ସି ନିଜ ଯାତ୍ରା ଆରମ୍ଭ କରିଛି। ‘ଫିଏଟ୍‌-୧୧୦୦ ଡିଲାଇଟ୍’ ମଡେଲର କଳା-ହଳଦିଆ ଟ୍ୟାକ୍ସି ଗଡିଥିଲା। ମୁମ୍ବାଇରେ ବର୍ତ୍ତମାନ ୪୦ ହଜାରରୁ ଅଧିକ କଳା-ହଳଦିଆ କ୍ୟାବ ଅଛି। ୯୦ ଦଶକର ଶେଷ ଭାଗରେ ଏହାର ସଂଖ୍ୟା ପ୍ରାୟ ୬୩ ହଜାର ଥିଲା।

ad-week
Leave A Reply

Your email address will not be published.