ସିଆରପିଏଫ୍ କ୍ୟାମ୍ପରେ ସବ୍‌ ଇନ୍‌ସପେକ୍ଟରଙ୍କ ଆତ୍ମହତ୍ୟା

add-all

fre

ନୂଆପଡ଼ା: ବୋଡେନ୍ ଥାନା ଖଡୁପାଣି ସିଆର୍‌ପିଏଫ୍‌ କ୍ୟାମ୍ପରେ ଅଘଟଣ। ନିଜ ବନ୍ଧୁକରୁ ଗୁଳିକରି ୧୯ନଂ ବାଟାଲିଅନ ସବ୍‌ ଇନ୍‌ସପେକ୍ଟରଙ୍କ ଆତ୍ମହତ୍ୟା। ମୃତକ ସବ୍‌ ଇନ୍‌ସପେକ୍ଟର ହେଲେ ଡି. ଗୁଣଶେଖରନ୍‌। ସେ ତାମିଲନାଡୁ ବାସିନ୍ଦା। କ୍ୟାମ୍ପରେ ନିଜ ଡ୍ୟୁଟି ସମୟରେ ଆତ୍ମହାତ୍ୟା କରିଥିବା ସୂଚନା ରହିଛି।

ତେବେ ଏହି ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ସିଆରପିଏଫ୍ କ୍ୟାମ୍ପରେ କାର୍ଯ୍ୟରତ ସବ୍‌ ଇନ୍‌ସପେକ୍ଟର ଦୀର୍ଘ ସମୟ ଧରି ନିଜର କାର୍ଯ୍ୟ ତୁଲାଇ ଆସୁଥିଲେ। ତେବେ କ୍ୟାମ୍ପରେ ସେ କାର୍ଯ୍ୟ କରିବା ସମୟରେ ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଅନ୍ୟପଟେ ଏନେଇ ପୋଲିସର ତଦନ୍ତ ଜାରି ରହିଥିବା ବେଳେ ଏ ପର୍ଯ୍ୟନ୍ତ ଉକ୍ତ ଘଟଣାକୁ ନେଇ କୌଣସି ସୂଚନା ମିଳି ନାହିଁ ।

ad-week
Leave A Reply

Your email address will not be published.