ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଗିରଫ…

add-all

ewrw

ଭୁବନେଶ୍ବର : ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଗିରଫ । ପ୍ରଦୀପ ପ୍ରଧାନଙ୍କୁ ଗିରଫ କଲା ଭୁବନେଶ୍ବର ମହିଳା ଥାନା ପୋଲିସ । ଏକ ମାମଲାରେ ପୁଲିସ ଥାନାକୁ ଡାକିଥିଲା। ତାପରେ ତାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିଲା। ପରେ ଗିରଫ କରିଛି। ତେବେ କେଉଁ ମାମଲାରେ ପ୍ରଦୀପଙ୍କୁ ପୁଲିସ ଡାକିଥିଲା ତାହା ସ୍ପଷ୍ଟ ହୋଇପାରିନି। ପ୍ରଦୀପ ଦୀର୍ଘ ବର୍ଷ ହେଲା ସୂଚନା ଅଧିକାର କର୍ମୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ସୂଚନା ଅଧିକାର ଆଇନ ବଳରେ ସରକାରୀ ତଥ୍ୟ ମାଗି ଆସୁଛନ୍ତି। ଖବର ପାଇ ଥାନା ଆଗରେ ପହଞ୍ଚିଛନ୍ତି କିଛି ସୂଚନା ଅଧିକାର ଓ ସାମାଜିକ କର୍ମୀ। ତେବେ ଏନେଇ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ଯାଇଛି |

ସେପଟେ  ସୂଚନା ଅଧିକାର କର୍ମୀଙ୍କ ଗିରଫଦାରୀକୁ ବିରୋଧ କରିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ । ବେଆଇନ ଭାବରେ ଦିଲ୍ଲୀପ ସାମନ୍ତରାୟ ଏବଂ ପ୍ରଦୀପ ପ୍ରଧାନଙ୍କୁ ପୋଲିସ ଗିରଫ କରିଛି ବୋଲି ସାମ୍ବାଦିକ ସମିଳନୀରେ ଅଭିଯୋଗ ଆଣିଛି ଓସା।  ତୁରନ୍ତ ଉଭୟ ସୂଚନ ଅଧିକାର କର୍ମୀଙ୍କୁ ଖଲାସ କରିବା ସହ ଘରଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଓସା ତରଫରୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି। ଖଣି ମାଫିଆ ସହ ପୋଲିସ ପ୍ରଶାସନ ମଧୁଚନ୍ଦ୍ରିକା ରକ୍ଷା କରି ମିଥ୍ୟା ଅଭିଯୋଗ ଆଧାରରେ ସୂଚନା ଅଧିକାର କର୍ମୀ ଦିଲ୍ଲୀପଙ୍କୁ ଗିରଫ କରାଯାଇଛି ବୋଲି  ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ କହିଛନ୍ତି।

ad-week
Leave A Reply

Your email address will not be published.