ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ଜ୍ୟୋତିରାଦିତ୍ୟ ସିନ୍ଧିଆ

add-all

sci

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ପାଣିପାଗ ସରଗରମ ରହିଛି | ଏହି ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହେବାକୁ ଥିବାବେଳେ ନିର୍ବାଚନରେ ​​କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଲଢ଼ିପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା | ତେବେ ବର୍ତ୍ତମାନ ଏହି କଳ୍ପନାଜଳ୍ପନାର ଅନ୍ତ ଘଟିଛି ଏବଂ ଏହା ସ୍ପଷ୍ଟ ହୋଇଛି ଯେ ବିଧାନସଭା ନିର୍ବାଚନରେ ​​ସିନ୍ଧିଆ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ବାସ୍ତବରେ ବିଜେପି ଗୁନା ବିଧାନସଭାରୁ ପନ୍ନା ଲାଲ ଶାକ୍ୟ ଏବଂ ବିଦିସାରୁ ମୁକେଶ ଟଣ୍ଡନଙ୍କୁ ପ୍ରାର୍ଥୀ କରିଛି। ବିଜେପି ଦ୍ୱାରା ସମସ୍ତ ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଜଣାପଡିଛି ଯେ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ​​ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟିକେଟ୍ ଦିଆଯାଇନାହିଁ ।

ତେବେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଜ୍ୟୋତିରାଦିତ୍ୟଙ୍କୁ ଟିକେଟ ଦିଆଯିବା ନେଇ ଆଲୋଚନା ଚାଲିଥିଲା | କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ ନାମକୁ ବାଦ ଦିଆଯାଇଥିଲା | ସେହିପରି ଏଥର ବିଜେପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସମର୍ଥନ କରୁଥିବା ନେତାମାନଙ୍କୁ ଟିକେଟ୍ ଦେଇନାହିଁ । ତେଣୁ ସେହି ସମର୍ଥକଙ୍କୁ ମନାଇବା ଉପରେ ଗୁରୁତ୍ୱ ଦିଆଯାଇ ସିନ୍ଧିଆଙ୍କୁ ଟିକେଟ ଦିଆଯାଇନାହିଁ ବୋଲି ଜଣାପଡିଛି | ଆଉ ଏକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସିନ୍ଧିଆଙ୍କୁ ଟିକେଟ ଦିଆଯାଇଥିଲେ ଚର୍ଚ୍ଚା ହୋଇଥାନ୍ତା ଯେ ମୁଖ୍ୟମନ୍ତ୍ରୀ ଚେହେରା ହୋଇପାରନ୍ତି | ଆଉ ଏହାର ପ୍ରତିକୂଳ ପ୍ରଭାବ ନିର୍ବାଚନ ଉପରେ ପଡିଥାନ୍ତା | ଏସବୁକୁ ନଜରରେ ରଖି ବିଜେପି ସିନ୍ଧିଆଙ୍କୁ ଟିକେଟ୍ ନଦେବାକୁ ନିଷ୍ପତ୍ତି ନେଇଥିଲା।

ad-week
Leave A Reply

Your email address will not be published.