ଗୀତର ତାଳେ ତାଳେ ଝୁମୁଥିଲେ ଯୁବକ, ହଠାତ୍‌ ଖସି ପଡ଼ିଲା ଡିଜେ…

add-all

erw

ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ପାଇଁ ଚାଲିଥିଲା ପ୍ରୋସେସନ । ବାଜୁଥିଲା ଡିଜେ, ଦୁଲୁକୁଥିଲା ରାସ୍ତା । ଅଭି ତୋ ପାର୍ଟି ସୁର ହୋଇ ହୈ…. ଗୀତର ତାଳେ ତାଳେ ନାଚୁଥଲେ କିଛି ଯୁବକ । କିନ୍ତୁ ହଠାତ୍‌ ସବୁ କିଛି ଓଲଟପାଲଟ ହୋଇଗଲା। ଯେଉଁ ଡିଜେର ତାଳେ ତାଳେ ସମସ୍ତେ ଝୁମୁଥିଲେ ସେହି ଡିଜେ ସାଜିଲା କାଳ। ହଠାତ୍‌ ଡିଜେଟି ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିବା ବେଳେ ତା’ ତଳେ ଚାପି ହୋଇଗଲେ କିଛି ଯୁବକ । ଏହି ଅଘଟଣରେ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଏହି ଅଘଟଣ ଉତ୍ତରପ୍ରଦେଶର ଆଜମଗଡ଼ର ଫୁଲପୁର ଥାନା ଅଞ୍ଚଳରେ ଘଟିଛି। ଏଠାରେ ଦଶହରା ପରେ ଦେବୀ ମୂର୍ତ୍ତି ବିସର୍ଜନ ନିମନ୍ତେ ପ୍ରୋସେଶନ ଚାଲିଥିଲା। ଏହି ପ୍ରୋସେଶନରେ ଏକ ମିନି ଟ୍ରକ୍‌ ଉପରେ ଡିଜେ ରଖା ଯାଇଥିଲା। ଉକ୍ତ ମିନି ଟ୍ରକ୍‌ରେ ମୂର୍ତ୍ତି ବି ଥିଲା।

ପ୍ରୋଶେସନ ଆଗକୁ ବଢ଼ି ଚାଲିଥିବା ବେଳେ ‘ଅଭି ତୋ ପାର୍ଟି ସୁର ହୋଇ ହୈ’ ଗୀତର ତାଳେ ତାଳେ ଝୁମୁଥିଲେ ଯୁବକ। ଉକ୍ତ ସମୟରେ ହଡାତ୍‌ ଭାରସାମ୍ୟ ହରାଇ ଡିଜେଟି ସେମାନଙ୍କ ଉପରେ ପଡ଼ି ଯାଇଥିଲା। ଫଳରେ ହସଖୁସିର ମାହୋଲରେ ହଠାତ୍‌ ଦୁଃଖର କଳା ବାଦଲ ଘୋଟି ଯାଇଥିଲା।

ସେଠାରେ ଉପସ୍ଥିତ ଲୋକେ ତୁରନ୍ତ ଡିଜେ ହଟାଇ ତା’ ତଳେ ଫସିଥିବା ଯୁବକଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତରହୋଇ ପଡ଼ିଥିବା ବେଳେ ତୁରନ୍ତ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ad-week
Leave A Reply

Your email address will not be published.